ଦାଦାବଟିକୁ ନେଇ ବାଲେଶ୍ବର ସହରରେ ଯୁବକକୁ ହତ୍ୟା

ବାଲେଶ୍ବର ୩୦/୦୩: (ସଂକେତ ଟିଭି) ଦାଦା ବଟିକୁ କେନ୍ଦ୍ର କରି ବାଲେଶ୍ବର ସହରର ମଣ୍ଡଳ ବଜାର ନିକଟରେ ଜଣେ ସୁପରଭାଇଜରକୁ ନିର୍ମମ ହତ୍ୟା କରାଯାଇଛି । ବିଳମ୍ବିତ ରାତିରେ ଏହି ହତ୍ଯାକାଣ୍ଡ ଘଟିଥିବା କୁହାଯାଉଛି । ମୃତକଙ୍କ ନାମ ରାଜେଶ ପଣ୍ଡା ଏବଂ ତାଙ୍କ ଘର ସହଦେବଖୁଣ୍ଟା ଅଂଚଳରେ ବୋଲି ଜଣାପଡିଛି । ସେ ଏକ ଠିକା ସଂସ୍ଥାରେ ସୁପରଭାଇଜର ଭାବରେ କାମ କରୁଥିଲେ ।

ସୂଚନା ଅନୁସାରେ, ବାଲେଶ୍ବର ଟାଉନ ଥାନା ଅଞ୍ଚଳରେ ଡ୍ରେନ ନିର୍ମାଣକୁ ନେଇ ସୁପରଭାଇଜରଙ୍କ ସହ ସେହି ଅଞ୍ଚଳର ମାଧ ପାଢ଼ି ନାମକ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ବଚସା ହୋଇଥିଲା। ତେବେ ସେହି ବ୍ୟକ୍ତିଙ୍କ ଆକ୍ରମଣରେ ଘଟଣାସ୍ଥଳରେ ହିଁ ସୁପରଭାଇଜର ରାଜେଶଙ୍କ ମୃତ୍ୟୁ ହୋଇଥିଲା। ହତ୍ୟାକାରୀ ମାଧ ପାଢ଼ୀ ଥାନାରେ ଆତ୍ମ ସମର୍ପଣ କରିଥିବା ଜଣାପଡିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।