ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡ

ଝାରସୁଗୁଡା ୦୨/୦୪ :(ସଂକେତ ଟିଭି) ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ରାୟଗଡ ଅତିରିକ୍ତ ଜିଲା ଦୌରା ଜଜ । ଅନୁପ ବହୁ ଚର୍ଚ୍ଚିତ କଳ୍ପନା ଦାଶ ଓ ବବଲି ଡବଲ ମର୍ଡର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହି ମାମଲାରେ ଅନ୍ୟତମ ସହଯୋଗୀ ଅନୁପଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ କୋର୍ଟ ନିର୍ଦ୍ଦୋଷ ରେ ଖଲାସ କରିଛନ୍ତି ।

ସୂଚନା ଅନୁସାରେ ଛତିଶଗଡ଼ ଚକ୍ରଧର ନଗର ଥାନା ଅଞ୍ଚଳରେ ୨୦୨୦ ଫେବୃଆରୀ ୧୩ ତାରିଖରେ ଏହି ଡବଲ ମର୍ଡର ଘଟଣା ଘଟିଥିଲା । ଏହି ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏ ୨ ବର୍ଷ ଧରି ଜେଲରେ ଅଛନ୍ତି ।

ପୋଲିସ ପ୍ରଥମେ ଅନୁପଙ୍କୁ ନିଜ ହେପାଜତକୁ ନେବା ପରେ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ପ୍ରମୁଖ ସହଯୋଗୀ ଭାବେ ଗିରଫ କରିଥିଲା । ଦୁଇମାସ ତଳେ ବର୍ଦ୍ଧନ ଟପ୍ପୋଙ୍କୁ ହାଇକୋର୍ଟରୁ ଜାମିନ ମଂଞ୍ଜୁର ହୋଇଛି । ଏବେ ଏହି ମାମଲାରୁ ରାୟ ପ୍ରକାଶ ପାଇଛି ।