କମବ୍ୟାକ୍ କରିବ ଚେନ୍ନାଇ ସୁପର କିଙ୍ଗସ୍‌

ଚେନ୍ନାଇ ୦୫/୦୪ :(ସଂକେତ ଟିଭି) ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ସିଜିନ୍ ୨୦୨୨ରେ ଖରାପ ଫର୍ମ ଦେଇଗତି କରୁଛି ଚେନ୍ନାଇ ସୁପର କିଙ୍ଗସ୍ । ହ୍ୟାଟ୍ରିକ୍ ପରାଜୟ ବରଣ କରିଥିବା ଚେନ୍ନାଇ ଏବେ ଯାଏଁ ପଏଣ୍ଟ ଟେବୁଲରେ ଖାତା ବି ଖୋଲିପାରି ନାହିଁ । ବିଜୟ ଅଭିଯାନ ଆରମ୍ଭ କରିବାକୁ ଚେନ୍ନାଇକୁ ପରବର୍ତ୍ତୀ ମ୍ୟାଚ୍ ଯାଏଁ ଅପେକ୍ଷା କରିବାକୁ ପଡିବ । ହ୍ୟାଟ୍ରିକ୍‌ ପରାଜୟ ପରେ କମ ବ୍ୟାକ କରିବ ଚେନ୍ନାଇ ସୁପର କିଙ୍ଗସ୍‌! ପୂର୍ବରୁ ବି ରହିଛି ଏମିତି ରେକର୍ଡ ।

ନୂଆ ଅଧିନାୟକ ରବୀନ୍ଦ୍ର ଜାଡେଜାଙ୍କ ନେତୃତ୍ୱରେ ଖେଳୁଥିବା ଚେନ୍ନାଇ ଚଳିତ ସିଜିନରେ ଲଗାତାର ୩ଟି ପରାଜୟ ବରଣ କରିସାରିଲାଣି । ସିଏସକେ ପ୍ରଶଂସକଙ୍କୁ ପୁଣି ଥରେ ୨୦୨୦ ସିଜିନ୍ ଦୃ୍‌ଶ୍ୟ ମନେ ପଡିଯାଇଛି । ସେହି ସିଜିନରେ ଚେନ୍ନାଇ ସୁପର କିଙ୍ଗସ୍ ପ୍ଲେ ଅଫ୍ ରେ ମଧ୍ୟ ପ୍ରବେଶ କରିପାରିନଥିଲା । ତେବେ ଚିତ୍ତାକର୍ଷକ କଥା ହେଉଛି, ଆପିଏଲରେ ମୋଡ ବଦଳାଇବାରେ ଚେନ୍ନାଇ ଏକଦମ ମାହିର । ପୂର୍ବରୁ ଅନେକ ଥର ଏଭଳି ଘଟିଛି, ତଥାପି କମ୍ ବ୍ୟାକ୍ କରିଛି ଦଳ ।

ପୂର୍ବରୁ ଅନେକ ସିଜିନରେ ଦଳ ପ୍ରଥମରୁ ଲଗାତାର ପରାଜୟର ସମ୍ମୁଖୀନ ହୋଇ ସୁଦ୍ଧା ପ୍ଲେ ଅଫରେ ପ୍ରବେଶ କରି ଚାମ୍ପିୟନ ହୋଇଛି । କେବଳ ଚେନ୍ନାଇ ନୁହେଁ ମୁମ୍ବାଇ ମଧ୍ୟ ଏକ ସିଜିନରେ ପ୍ରଥମ ୪ଟି ମ୍ୟାଚ୍ ହାରି ପରେ ଚାମ୍ପିୟନ ବି ହୋଇଥିଲା । ମ୍ୟାଚ୍ ପରାଜୟ ରେକର୍ଡ କଥା କହିବାକୁ ଗଲେ, ୨୦୧୩ ସିଜିନରେ ଦିଲ୍ଲୀ ଡେୟାର ଡେଭିଲ୍ସ ଆରମ୍ଭରୁ ଲଗାତାର ଭାବେ ୬ଟି ମ୍ୟାଚ୍ ହାରିଥିଲା ।

ସେହିଭଳି ୨୦୧୨ରେ ଡେକାନ୍ ଚାର୍ଜସ୍ ପ୍ରଥମରୁ ୫ଟି ମ୍ୟାଚ, ସିଜିନ ୨୦୧୪ରେ ମୁମ୍ବାଇ ଇଣ୍ଡିଆ।ନ୍ସ ଲଗାତାର ୫ଟି, ସିଜିନ ୨୦୦୮ରେ ମୁମ୍ବାଇ ଇଣ୍ଡିଆନ୍ସ ୪ଟି, ୨୦୧୫ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସ ଲଗାତାର ୪ଟି ମ୍ୟାଚ ହାରିବା ପରେ ବି ସେହି ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ହୋଇଥିଲା । ସିଜିନ୍ ୨୦୧୯ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମରୁ ୪ଟି ଏବଂ ଚଳିତ ସିଜିନରେ ଚେନ୍ନାଇ ସୁପର କିଙ୍ଗସ୍ ପ୍ରଥମରୁ ଲଗାତାର ୩ଟି ମ୍ୟାଚ୍‌ ପରାଜିତ ହୋଇଛି ।