ଦେଶର ସବୁଠୁ ଶସ୍ତା ଇଲେକ୍ଟ୍ରିକ୍ ଗାଡି ପ୍ରସ୍ତୁତ କରିବ ମହିନ୍ଦ୍ରା

ନୂଆଦିଲ୍ଲୀ ୦୫/୦୪ :(ସଂକେତ ଟିଭି)ଦିନକୁ ଦିନ ଭାରତରେ ଇଲେକ୍ଟ୍ରିକ୍ ଗାଡିର କ୍ରେଜ୍ ବଢିବାରେ ଲାଗିଛି । ଏବେ କମ୍ପାନୀମାନେ ମଧ୍ୟ ଗ୍ରାହକଙ୍କୁ ଇଭିରେ ଭଲ ବିକଳ୍ପ ଦେବାକୁ ଆଗେଇଆସିଛନ୍ତି । ବଡ଼ ଗାଡି ନିର୍ମାତା କମ୍ପାନୀମାନେ ମଧ୍ୟ ଇଭି ଆଡେ ମୁହାଁଇଛନ୍ତି ।

ଏବେ ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରାର ଇଲେକ୍ଟ୍ରିକ୍ ଗାଡି ପ୍ରସ୍ତୁତ କରୁଥିବା ସେଗମେଣ୍ଟ ମହିନ୍ଦ୍ରା ଅଟୋମୋଟିଭ୍ ପୁଣେରେ ଚାଲିଥିବା ଅଲ୍ଟରନେଟ୍ ଫ୍ୟୁଲ କନକ୍ଲେଭ୍‌ ୨୦୨୨ରେ ଇଲେକ୍ଟ୍ରିକ୍ ଗାଡିର ନୂଆ ରେଂଜ ପ୍ରଦର୍ଶୀତ କରିଛି । ମହିନ୍ଦ୍ରା ଇଲେକ୍ଟିକ୍ ଟ୍ରେଓ ଅଟୋ, ଟ୍ରେଓ ଜୋର୍‌ ଡେଲିଭରୀ ଭ୍ୟାନ୍ , ଟ୍ରେଓ ଟିପର ଭେରିଏଣ୍ଟ ଏବଂ ଇ-ଆଲ୍ଫା ମିନି ଟିପର ସହିତ ଆଟମିକ କ୍ୱାଡ୍ରିସାଇକଲ ଆଣିଛି ।

ଇଲେକ୍ଟ୍ରିକ୍ ୩ ହ୍ୱିଲର ସେଗମେଣ୍ଟରେ ମହିନ୍ଦ୍ରାର ମାର୍କେଟ ସେୟାର ୭୩.୪ ପ୍ରତିଶତ ରହିଛି ଯାହା ପରେ କମ୍ପାନୀ ଏହି ତାଲିକାରେ ପ୍ରଥମରେ ରହିଛି । ଏହାର ଲୋଡିଂ କ୍ଷମତା ୩୧୦ କେଜି ଯାଏଁ ରହିବ । ବର୍ତ୍ତମାନ ମହିନ୍ଦ୍ରା ଏଟମକୁ କମର୍ସିଆଲ ଗାଡି ରୂପେ ଲଞ୍ଚ କରାଯାଇଛି ।

ଏହାକୁ ପର୍ସନାଲ ବ୍ୟବହାର ପାଇଁ କେବେ ଲଞ୍ଚ କରାଯିବ ସେନେଇ କୌଣସି ସୂଚନା ଦିଆଯାଇନାହିଁ । ୩ ଲିଟର ମହିନ୍ଦ୍ରା ଏଟମ୍‌ କେବଳ ଲୁକରେ ନୁହେଁ ବରଂ ଫିଚର୍ସରେ ମଧ୍ୟ ଦମଦାର ରହିବ । ଏହା ସହିତ ଏହାର ଦାମ ମଧ୍ୟ ବହୁତ କମ୍ ରହିବ ବୋଲି ଅନୁମାନ କରାଯାଉଛି ।