୫୫୭୦ ଲୋକଙ୍କ ପରିଶ୍ରମର ଫଳ ଆର୍‌ଆର୍‌ଆର

ମୁମ୍ବାଇ ୦୬/୦୪ :(ସଂକେତ ଟିଭି) ଏସ୍‌ଏସ୍ ରାଜାମୌଲିଙ୍କ ଆର୍‌ଆର୍‌ଆର୍ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଧୂମ୍ ମଚାଉଛି । ଏହି ଫିଲ୍ମକୁ ତାମିଲ, ତେଲୁଗୁ, କନ୍ନଡ, ହିନ୍ଦୀ, ମାଲାୟାଲମ୍ ବ୍ୟତୀତ ଅନ୍ୟ ଭାଷାରେ ବି ରିଲିଜ୍ କରାଯାଇଛି । ୪୫୦ କୋଟି ବଜେଟରେ ନିର୍ମିତ ଏହି ଫିଲ୍ମଟି ୧୦ ଦିନ ମଧ୍ୟରେ ୮୦୦ କୋଟି ବକ୍ସ ଅଫିସରେ ସଂଗ୍ରହ କରିଛି ।

ବାହୁବଲୀ ଫ୍ରାଞ୍ଚାଇଜ୍‌ର ସଫଳତା ପରେ ରାଜାମୌଲିଙ୍କୁ ଆର୍‌ଆର୍‌ଆର୍ ମାଧ୍ୟମରେ ସାରା ବିଶ୍ୱରେ ଭଲ ପାଇବା ମିଳୁଛି । ଜୁନିଅର୍‌ ଏନଟିଆର ଏବଂ ରାମ ଚରଣ ଏହି ଫିଲ୍ମରେ ଅଭିନୟ ମାଧ୍ୟମରେ ସାରା ବିଶ୍ୱରେ ପ୍ରଶଂସା ସାଉଁଟୁଛନ୍ତି । ସେହିପରି ଅଜୟ ଦେବଗନଙ୍କ ୧୦ ମିନିଟର ଅଭିନୟ ମଧ୍ୟ ଦମଦାର୍ ହୋଇଛି । କିନ୍ତୁ ଏତେ ବଡ ଫିଲ୍ମ ନିର୍ମାଣ କରିବା, ଜଣେ କିମ୍ବା ଦୁଇ ଜଣ ନୁହେଁ, ବରଂ ହଜାର ହଜାର ଲୋକଙ୍କ କଠିନ ପରିଶ୍ରମ ରହିଛି । ଆର୍‌ଆର୍‌ଆର୍‌ର ସମଗ୍ର ଟିମ୍‌ର କଠିନ ପରିଶ୍ରମ ହେତୁ, ବକ୍ସ ଅଫିସ୍ କଲେକ୍ସନ୍ ରେକର୍ଡ ସୃଷ୍ଟି କରିବାରେ ସଫଳ ହୋଇଛି । ଏହି ଫିଲ୍ମର ପ୍ରସ୍ତୁତି ପାଇଁ ଅନେକ କିଛି ଲାଗିଛି ।

କେତେକ ରିପୋର୍ଟରେ ଦର୍ଶାଯାଇଛି ଯେ ଫିଲ୍ମର ବଜେଟ୍ ପ୍ରାୟ ୫୦୦ କୋଟି । ଅତି କମରେ ୩୦୦୦ ଟେକ୍ନିସିଆନ ଆର୍‌ଆର୍‌ଆର୍‌ ଟିମରେ କାମ କରିଥିବାବେଳେ ୯ ସହ-ନିର୍ଦ୍ଦେଶକ ରାଜାମୌଲିଙ୍କ ସହ ଏହି ଫିଲ୍ମରେ ସହଯୋଗ କରିଛନ୍ତି । ଏହି ଫିଲ୍ମର ସୁଟିଂ ଶେଷ କରିବାକୁ ୩୦୦ ଦିନରୁ ଅଧିକ ସମୟ ଲାଗିଛି । ପୂର୍ବରୁ ଅନେକ ସମୟ ରିହର୍ସାଲ୍ ପାଇଁ ବ୍ୟବହୃତ ହୋଇଥିଲା । ଯାହା ଦ୍ୱାରା ଅଭିନେତାମାନେ ସେମାନଙ୍କ କ୍ୟାରେକ୍ଟରରେ ସଂପୂର୍ଣ୍ଣ ବୁଡି ରହିବେ ।

ଆକ୍ସନ୍‌ ସିନ୍ସର ସୁଟିଂ ପାଇଁ ପ୍ରାୟ ୭୫ ଦିନ ବଣ୍ଟନ କରାଯାଇଥିଲା ଏବଂ ଏହି ଫିଲ୍ମରେ ଅନ୍ୟ ଦେଶର ୪୦ ଜଣ ଫାଇଟର ଅଂଶଗ୍ରହଣ କରିଥିଲେ । ଲଣ୍ଡନରୁ ଅତି କମରେ ୨୫୦୦ କ୍ରୁ ସଦସ୍ୟଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଥିଲା । ଏହି ଫିଲ୍ମଟି ଆଲୁମିନିୟମ କାରଖାନା, ହାଇଦ୍ରାବାଦ ଏବଂ ରାମୋଜି ଫିଲ୍ମ ସିଟିରେ ସୁଟିଂ କରାଯାଇଥିଲା । କିଛି ସିନ୍ ଦିଲ୍ଲୀରେ ମଧ୍ୟ ସୁଟିଂ କରାଯାଇଥିଲା । କିଛି ଗୁରୁତ୍ୱପୂର୍ଣ୍ଣ ସିନର ସୁଟିଂ ପାଇଁ ବୁଲଗେରିଆ, ନେଦରଲ୍ୟାଣ୍ଡ ଏବଂ ୟୁକ୍ରେନ ପରି ବିଦେଶୀ ସ୍ଥାନଗୁଡିକ ମଧ୍ୟ ଚୟନ କରାଯାଇଥିଲା ।