ରାସ୍ତା କଡରୁ ମିଳିଲା ଯୁବକର ମୃତ ଦେହ, ହତ୍ୟା ସନ୍ଦେହ

ବାଲିଆପାଳ ୦୬/୦୪ :(ଉମାକାନ୍ତ ନାୟକ) ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଜୟରାମପୁର ପଂଚାୟତ ର ବାଳିଆପିଟା ଛକ ନିକଟରେ ଜଣେ ଯୁବକର ମୃତ ଦେହ ଉଦ୍ଧାର ହୋଇଛି । ଏହା ଏକ ହତ୍ୟା କିମ୍ବା ଦୁର୍ଘଟଣାରେ ମୃତ୍ୟୁ ତାହା ସ୍ପଷ୍ଟ ହୋଇନାହିଁ ।

ସ୍ଥାନୀୟ ଲୋକେ କେହି କେହି ଏହାକୁ ଏକ ହତ୍ୟା ଘଟଣା ବୋଲି କହୁଥିଲା ବେଳେ ଆଉ କେହି କେହି ସଡ଼କ ଦୁର୍ଘଟଣା କହୁଛନ୍ତି । ତେବେ ସ୍ଥାନୀୟ ଲୋକଙ୍କ ଖବର ପାଇ ଘଟଣା ସ୍ଥଳରେ ଭୋଗରାଇ ପୋଲିସ ପହଂଚି ମୃତ ଦେହକୁ ଜବତ କରିବା ସହିତ ତଦନ୍ତ ଜାରିରଖିଛି ।

ସୂଚନା ଥାଉକି ଗତକାଲି ଯୁବକ ଜଣକ ନିଜ ଶଶୁର ଘର ଭୋଗରାଇ ରୁ ବିଳମ୍ବିତ ରାତ୍ରିରେ ଫେରୁଥିବା ବେଳେ ଏ ଘଟଣା ଘଟିଛି । ମୃତ ଯୁବକ ଜଣକ ମୁଷଦପୁର ଗ୍ରାମର ରାଧାକାନ୍ତ ଜେନା ବୋଲି ଜଣାପଡିଛି । ତାଙ୍କ ବୟସ 25ବର୍ଷ ଓ ସେ ମେଲୋଡି ପାର୍ଟ ରେ ନୃତ୍ୟଶିଳ୍ପୀ ଭାବେ କାମ କରିଥାନ୍ତି ।