ପରମାଣୁରେ ଦକ୍ଷିଣ କୋରିଆ ଉଡ଼େଇଦେବାକୁ କିମ୍ ଜଙ୍ଗ୍ ଭଉଣୀଙ୍କ ଧମକ

ନୂଆଦିଲ୍ଲୀ ୦୬/୦୪ :(ସଂକେତ ଟିଭି) ଦକ୍ଷିଣ କୋରିଆକୁ ଧ୍ୱଂସ କରିବାକୁ ଧମକ ଦେଲେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନଙ୍କ ଭଉଣୀ କିମ ୟୋ ଜୋଙ୍ଗ । ସେ କହିଛନ୍ତି କି ଯଦି ଦକ୍ଷିଣ କୋରିଆ ଉତ୍ତର କୋରିଆ ବିରୋଧରେ ସାମରିକ ମୁକାବିଲା ଆରମ୍ଭ କରେ ତେବେ ଦକ୍ଷିଣ କୋରିଆକୁ ଆଣବିକ ଅସ୍ତ୍ରରେ ଧ୍ୱଂସ କରିଦିଆଯିବ । ଦକ୍ଷିଣ କୋରିଆକୁ ଏଭଳି ଧମକ୍ ତିନି ଦିନ ମଧ୍ୟରେ ଏହା କିମ ୟୋଙ୍କର ଦ୍ୱିତୀୟ ଧମକ ।

ଗତ ସପ୍ତାହରେ ଦକ୍ଷିଣ କୋରିଆର ପ୍ରତିରକ୍ଷା ମୁଖ୍ୟ ସୁହ ୱୁକ୍‌ ଉତ୍ତର କୋରିଆ ଦ୍ୱାରା ବାରମ୍ବାର କ୍ଷେପଣାସ୍ତ୍ର ପରୀକ୍ଷଣ ବିଷୟରେ ଚେତାବନୀ ଦେଇଛନ୍ତି । କିମ ୟୋଙ୍ଗ ମଙ୍ଗଳବାର ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ କେସିଏନ୍‌ଏକୁ କହିଛନ୍ତି ଯେ ‘ପାଗଳ ବ୍ୟକ୍ତି’ ସୁହଙ୍କ ଆମ ଭଳି ପରମାଣୁ ଶକ୍ତି ସମୃଦ୍ଧ ଦେଶ ବିରୁଦ୍ଧରେ ଆକ୍ରମଣର ଚେତାବନୀ ଏକ ବଡ ଭୁଲ । ଯେତେବେଳେ ବି ଉତ୍ତର କୋରିଆର କ୍ଷେପଣାସ୍ତ୍ର ଆସୁଥିବା ଦେଖାଯାଏ, ଆମେ ପ୍ରତିପକ୍ଷ ଆକ୍ରମଣରେ ସମ୍ପୂର୍ଣ୍ଣ ସକ୍ଷମ ଅଟୁ ।

ସୁହଙ୍କ ଚେତାବନୀର ଜବାବରେ କିମ ୟୋ ଜୋଙ୍ଗ କହିଛନ୍ତି କି ଉତ୍ତର କୋରିଆର ପରମାଣୁ ଶକ୍ତିର ମୁଖ୍ୟ ଉଦ୍ଦେଶ୍ୟ ପରମାଣୁ ପ୍ରତିରୋଧକ କ୍ଷମତା ବଜାୟ ରଖିବା । କିନ୍ତୁ ଯଦି ଶଶସ୍ତ୍ର ସଂଘର୍ଷ ହୁଏ ତ ଆମର ଗୋଟିଏ ଝଟକାରେ ଶତ୍ରୁ ପକ୍ଷର ସେନାକୁ ଧ୍ୱସଂ କରିଦେବୁ ।

ସୂଚନା ଥାଉ କି ଯେ ଚଳିତ ବର୍ଷ ଉତ୍ତର କୋରିଆର ନୂତନ ଅସ୍ତ୍ରଶସ୍ତ୍ର ପରୀକ୍ଷାକୁ ନେଇ ଉଭୟ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି । କିଛି ଦିନ ତଳେ ଉତ୍ତର କୋରିଆ ଏକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷା କରିଥିଲା । ଏହି ମିସାଇଲ୍‌ ପରୀକ୍ଷଣ ପରେ ଦକ୍ଷିଣ କୋରିଆର ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ଯେ ଉତ୍ତର କୋରିଆ ଉପରେ ଏକ ନିର୍ଣ୍ଣାୟକ ଆକ୍ରମଣ କରିବାକୁ ପଡିବ ।

ଏହାର ଜବାବରେ ଉତ୍ତର କୋରିଆ ନେତା କିମ ଜଙ୍ଗ ଉନଙ୍କ ଭଉଣୀ କିମ ୟୋଙ୍ଗ ଚେତାବନୀ ଦେଇଛନ୍ତି ଯେ ଯଦି ଏପରି ଘଟଣା ଘଟେ ତେବେ ଦକ୍ଷିଣ କୋରିଆ ଏକ ଗୁରୁତର ବିପଦର ସମ୍ମୁଖୀନ ହେବ ।