ତେଲୁଗୁ ଅଭିନେତ୍ରୀଙ୍କ ପ୍ରେମରେ ଭେଙ୍କଟେଶ ଆୟର୍

ମୁମ୍ବାଇ ୦୬/୦୪ :(ସଂକେତ ଟିଭି) ଭେଙ୍କଟେଶ ଆୟର୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ କେକେଆର ଜରିଆରେ ଖେଳିବା ଆରମ୍ଭ କରିଥିଲେ । ଆଉ ଖେଳିବାର ଖୁବ କମ ସମୟରେ ସେ ବେଶ୍ ଫେମସ ବି ହୋଇଗଲେ । କାରଣ ତାଙ୍କ ଖେଳ ବି ଥିଲା ସେମିତି । ଏକ ବର୍ଷରୁ କମ୍ ସମୟ ମଧ୍ୟରେ ସେ ଟିମ୍ ଇଣ୍ଡିଆ ପାଇଁ ନିଜର ଙଊଓ ଏବଂ ଟି୨୦ ଆନ୍ତର୍ଜାତୀୟ ଡେବ୍ୟୁ କରିଛନ୍ତି ।

ଏହି ବହୁ ଚର୍ଚ୍ଚିତ ଖେଳାଳି ଭେଙ୍କଟେଶ ସୋସିଆଲ ମିଡିଆରେ ସେତେଟା ସକ୍ରିୟ ନୁହଁନ୍ତି । କିନ୍ତୁ ତେଲୁଗୁ ଅଭିନେତ୍ରୀ ପ୍ରିୟଙ୍କା ଜୱାଲକରଙ୍କ ଏକ ପୋଷ୍ଟରେ କମେଣ୍ଟ ଦେବା ପରଠୁ ସେ ବେଶ୍ ଚର୍ଚ୍ଚାରେ ଅଛନ୍ତି । ତାଙ୍କ ଭିତରେ ହୋଇଥିବା ଚାର୍ଟ ଏବେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ଯେତେବେଳେ ପ୍ରିୟଙ୍କାଙ୍କ ପୋଷ୍ଟରେ ଭେଙ୍କଟେଶଙ୍କ ମନ୍ତବ୍ୟ ଆସିଲା, ତେଲୁଗୁ ଅଭିନେତ୍ରୀ ମଧ୍ୟ ଏହାର ଉତ୍ତର ଦେଇଥିଲେ ।

ପ୍ରଶଂସକମାନେ ମଧ୍ୟ ଏହି ଚାଟକୁ ବହୁତ ଏନଜୟ କରିଥିଲେ । କିଛି ପ୍ରଶଂସକ ଏପରିକି ଲେଖିଛନ୍ତି ଯେ ଲାଗୁଛି ଯେ ଦୁହିଁଙ୍କ ମଧ୍ୟରେ କିଛିଟା ଚାଲିଛି । ପ୍ରିୟଙ୍କା ଏହି ଫଟୋକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯେଉଁଥିରେ ଭେଙ୍କଟେଶ ମନ୍ତବ୍ୟ ଦେଇଛନ୍ତି । ସେ ଲେଖିଛନ୍ତି ବହୁତ କ୍ୟୁଟ୍ । ପ୍ରିୟଙ୍କା ଏହି ମନ୍ତବ୍ୟର ଉତ୍ତରରେ ଅଧିକ ବିଳମ୍ବ ନକରି ଲେଖିଥିଲେ, “କିଏ? ତୁମେ?” ଭେଙ୍କଟେଶଙ୍କ ମନ୍ତବ୍ୟକୁ ୧୦ହଜାରରୁ ଅଧିକ ଲୋକ ପସନ୍ଦ କରିଛନ୍ତି ଏବଂ ପ୍ରାୟ ୨୦୦୦ଲୋକ ଏହା ଉପରେ ମନ୍ତବ୍ୟ ଦେଇଛନ୍ତି । ପ୍ରିୟଙ୍କା ୨୦୧୭ରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏପର୍ଯ୍ୟନ୍ତ ସେ ଚାରୋଟି ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସୋସିଅ ।ଲ ମିଡିଅ ।ରେ ପ୍ରିୟଙ୍କା ବହୁତ ସକ୍ରିୟ ।