୩ବର୍ଷ ଡେଟ୍ ପରେ ସମ୍ପର୍କରେ ଫାଟ

ମୁମ୍ବାଇ :(ସଂକେତ ଟିଭି) ବଲିଉଡ ନବାଗତା ତଥା ଚୁଲବୁଲି ନାୟିକା ଅନନ୍ୟା ପାଣ୍ଡେ । ନିକଟରେ ଫିଲ୍ମ ଗେହରାଇୟାଁ ଫିଲ୍ମ ପର ଠାରୁ ଖୁବ୍ ଚର୍ଚ୍ଚାରେ ଅଛନ୍ତି ଅନନ୍ୟା । ହେଲେ ଏବେ ସେ ଆଉ କୌଣସି ଖବର ପାଇଁ ଆଲୋଚନାକୁ ଆସିଛନ୍ତି । ଶୁଣିବାକୁ ମିଳିଛି କି ଏବେ ତାଙ୍କ ବୟଫ୍ରେଣ୍ଡଙ୍କଠାରୁ ଅଲଗା ହୋଇଯାଇଛନ୍ତି । ଅନନ୍ୟା ଓ ଇସାନ ଖଟ୍ଟର ପରସ୍ପରକୁ ଡେଟ କରୁଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା । ହେଲେ ଦୁହେଁ ଏବିଷୟରେ କେବେ ବି ସ୍ୱୀକାର କରି ନାହାନ୍ତି । କିନ୍ତୁ ଦୁହେଁ ବୁଲୁଥିବା ବେଳେ, ଛୁଟି କାଟିବାକୁ ଯାଇଥିବାର ଫଟୋ ଭାଇରାଲ୍ ହୋଇଥିଲା । ଏହି ସବୁ କିଛିରୁ ଜଣାପଡି ଯାଇଥିଲା ଦୁହିଁଙ୍କ ମଧ୍ୟ କିଛି ତ ଅଛି । ହେଲେ ବର୍ତ୍ତମାନ ଏମାନଙ୍କ ଲୁଚାଛପା ପ୍ରେମ କାହାଣୀର ଦ ଏଣ୍ଡ ହୋଇଛି ।

ମିଡିଆ ରିପୋର୍ଟ ଅନୁଯାୟୀ, ଅନନ୍ୟା ଓ ଇସାନଙ୍କ ମଧ୍ୟରେ ବ୍ରେକ୍ ଅପ୍ ହୋଇଯାଇଛି । ଦୀର୍ଘ ୩ ବର୍ଷ ଧରି ପରସ୍ପରକୁ ଡେଟ କରୁଥିବା କିଛି ଫଟୋ ଓ ଭିଡିଓ ଦର୍ଶାଉଥିଲା ଯେ ଏମାନେ ପରସ୍ପରକୁ ପ୍ରେମ କରୁଛନ୍ତି । ଏମିତିକି କିଛି ପାର୍ଟିରେ ମଧ୍ୟ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଫିଲ୍ମ ‘ଖାଲି ପିଲି’ର ସେଟରେ ଉଭୟ ପରିଚିତ ହୋଇଥିଲେ । ଆଉ ପ୍ରଥମ ଦେଖାରୁ କୁଆଡେ ଅନନ୍ୟା ଓ ଇସାନ ପରସ୍ପରକୁ ଭଲପାଇ ବସିଥିଲେ । ହେଲେ ଏବେ ବ୍ରେକଅପ୍ ହୋଇଥିବା ଖବର ଯେମିତି ସମସ୍ତଙ୍କୁ ଚକିତ କରିଛି । ପରସ୍ପରର ସହମତିରେ ଏହି ବ୍ରେକଅପ୍ ହୋଇଥିବା କୁହାଯାଉଛି । ବର୍ତ୍ତମାନ ଉଭୟଙ୍କ ବ୍ରେକ୍‌ଅପ୍ ଖବର ସମସ୍ତଙ୍କୁ ଚକିତ କରିଛି ।