ଟୋଲ୍ ପ୍ଲାଜାରେ ଟ୍ୟାକ୍ସ ଦେବାରୁ ବଞ୍ଚାଇବ ଗୁଗୁଲ
ନୂଆଦିଲ୍ଲୀ ୦୭/୦୪ :(ସଂକେତ ଟିଭି) : ରାସ୍ତାରେ ଯାତାୟାତ କରିବା ବେଳେ ଅନେକ ସମୟରେ ଟୋଲ୍ ପ୍ଲାଜାରେ ଟ୍ୟାକ୍ସ ଦେବାକୁ ପଡିଥାଏ । ଯଦି ଏଥିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ତା’ହେଲେ ଆପଣଙ୍କ ପାଇଁ ଖୁସି ଖବର । କାରଣ ଏଭଳି ଅପଡେଟ୍ ଆଣିଛି ଗୁଗୁଲ୍ । ଗୁଗୁଲ୍ ମ୍ୟାପରେ ଥିବା ଏହି ଫିଚର୍ସ ଲୋକଙ୍କୁ ଖୁବ୍ ପସନ୍ଦ ଆସିବ ।
ଆସନ୍ତୁ ଜାଣିବା ଏହାର ବିଶେଷତ୍ୱ ନୂଆ ଅପଡେଟରେ ଆପଣ ଚାହିଁଲେ ରାସ୍ତାରେ ପଡିବାକୁ ଥିବା ଟୋଲ୍ ପ୍ଲାଜାରେ କେତେ ଟ୍ୟାକ୍ସ ଦେବାକୁ ପଡିବ, ସେନେଇ ଜାଣିପାରିବେ । ଆଉ ଯଦି ଟୋଲ୍ ପ୍ଲାଜା ଦେଇ ଯିବାକୁ ଚାହୁଁ ନାହାନ୍ତି ତାହେଲେ ଗୁଗୁଲ୍ରେ ଅନ୍ୟ ରାସ୍ତା ଚେକ୍ ମଧ୍ୟ କରିପାରିବେ । ଫଳରେ ରୁଟ୍ ଚେଞ୍ଜ କରି ବିନା ଟ୍ୟାକ୍ସ ଦେଇ ଆପଣ ନିଜ ଡେଷ୍ଟିନେସନରେ ପହଞ୍ଚିପାରିବେ । ଏହି ଫିଚର୍ସ ଆଣ୍ଡ୍ରୋଏଡ୍ ଓ ଆଇଓଏସ ଭଳି ସ୍ମାର୍ଟଫୋନରେ ଦେଖିବାକୁ ମିଳିବ । ଭାରତରେ ଚଳିତ ମାସରୁ ୟୁଜର୍ସ ଏହି ସୁବିଧା ପାଇପାରିବେ । ଆମେରିକା, ଜାପାନ ଓ ଇଣ୍ଡୋନେସିଆ ସହ ଭାରତରେ ମଧ୍ୟ ଏହି ଫିଚର ଉପଲବ୍ଧ ହେଉଛି । ଏହି ଫିଚର ଆପଣଙ୍କୁ ରୁଟ୍ ଚେଞ୍ଜ କରିବାରେ ସହାୟକ ହେବ ଏବଂ ପଇସା ବଞ୍ଚାଇବାରେ ମଧ୍ୟ ସହଯୋଗ ହେବ ।