ବଦଳିପାରେ ମହାରାଷ୍ଟ୍ର ରାଜନୈତିକ ସମୀକରଣ, ମୋଦୀଙ୍କୁ ଭେଟିଲେ ପାୱାର

ନୂଆଦିଲ୍ଲୀ ୦୭/୦୪ :(ସଂକେତ ଟିଭି) ବଦଳିପାରେ ମହାରାଷ୍ଟ୍ରର ରାଜନୈତିକ ସମୀକରଣ । ଏନସିପି ମୁଖ୍ୟ ଶରଦ ପାୱାର ଦିଲ୍ଲୀ ସ୍ଥିତ ବାସଭବନରେ ରାତ୍ରଭୋଜନ ଆୟୋଜନ କରିଛନ୍ତି । ଏଥିରେ ନିତିନ ଗଡକରୀଙ୍କ ବ୍ୟତୀତ କଂଗ୍ରେସ ବିଧାୟକ ଏବଂ ଶିବସେନା ନେତା ସଞ୍ଜୟ ରାଉତ ମଧ୍ୟ ଉପସ୍ଥିତ ଥିଲେ । ଏହା ମଧ୍ୟରେ ଶରଦ ପାୱାର ବୁଧବାର ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଯାହାକୁ ନେଇ ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

ସୂଚନା ଅନୁଯାୟୀ, ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ୨୦ ମିନିଟ୍ ଆଲୋଚନା ହୋଇଛି । ମହାରାଷ୍ଟ୍ର ବିଧାନସଭାରେ ପ୍ରଥମ ଥର ନିର୍ବାଚିତ ବିଧାୟକଙ୍କୁ ଲୋକସଭା ସଚିବାଳୟ ଦ୍ୱାରା ଆୟୋଜିତ ଏକ ପ୍ରଶିକ୍ଷଣରେ ସାମିଲ୍ ହେବା ପାଇଁ ଡକାଯାଇଛି । ଶରଦ ପାୱାରଙ୍କ ଗଡକରୀଙ୍କ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ରାଜନୀତିକୁ ନୂତନ ଖୋରାକ ଯୋଗାଇଛି ।

ମହାରାଷ୍ଟ୍ରକୁ ନେଇ ବିଜେପି ଖୁବ୍ ସକ୍ରିୟ ଅଛି । ନିଜର ପୁରୁଣା ସହଯୋଗୀ ଶିବସେନାଠୁ ମେଣ୍ଟ ଭାଙ୍ଗିବା ପରେ ମହାରାଷ୍ଟ୍ରରେ ମହାବିକାଶ ଅଘାଡି ସରକାର ଚାଲିଛି । ତେବେ ଶିବସେନା, ଏନସିପି ଏବଂ କଂଗ୍ରେସ ମେଣ୍ଟରେ ବେଳେ ବେଳେ ଫାଟ ସାମ୍ନାକୁ ଚାଲି ଆସୁଛି । ସେପଟେ ବିଜେପିର ନଜର କଂଗ୍ରେସର ଅସନ୍ତୁଷ୍ଟ ବିଧାୟକଙ୍କ ଉପରେ ରହିଛି ।