୪ଜି ପାଇଁ ୧.୧୨ ଲକ୍ଷ ଟାୱାର ବସାଯିବ ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ ୦୮/୦୪ :(ସଂକେତ ଟିଭି) : ସ୍ୱଦେଶୀ ୪ଜି ନେଟ୍‌ୱର୍କ ବିଛାଇବା ପାଇଁ ଭାରତ ସଂଚାର ନିଗମ ଲିମିଟେଡ ‌(ବିଏସ୍‌ଏନ୍‌ଏଲ୍‌) ଦେଶବ୍ୟାପୀ ପ୍ରାୟ ୧.୧୨ ଲକ୍ଷ ଟାୱାର ବସାଇବ । ଦୂରସଂଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକ ସଭାରେ ଏହି ସୂଚନା ଦେଇଛନ୍ତି ।

ବୈଷ୍ଣବ ଆହୁରି କହିଛନ୍ତି ଯେ, ୫ଜି ନେଟ୍‌ୱର୍କ ଆରମ୍ଭ ହେବା ପରେ ଟ୍ରେନ ମଧ୍ୟରେ ଇଣ୍ଟରନେଟ୍ ସୁବିଧା ଉପଲବ୍ଧ ହେବ । କାରଣ ଘଣ୍ଟା ପିଛା ୧୦୦ କିମି ବେଗରେ ଯାଉଥିବା ଟ୍ରେନଗୁଡ଼ିକରେ ୪ଜି ପ୍ରଯୁକ୍ତିରୁ ସଂଚାର ବାଧାପ୍ରାପ୍ତ ହୋଇପାରେ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଖୁବ୍‌ଶୀଘ୍ର ୪ଜି ଟେଲିକମ୍ ନେଟ୍‌ୱର୍କର ଶୁଭାରମ୍ଭ ହେବ । ଏହା ଭାରତରେ, ଭାରତୀୟ ଇଞ୍ଜିନିୟର ଏବଂ ବୈଜ୍ଞାନିକଙ୍କ ଦ୍ୱାରା ବିକଶିତ କରାଯାଇଛି । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳ ଏଥିରେ ବ୍ୟବହାର ହୋଇଛି । ଆମର ୪ଜି ନେଟ୍‌ୱର୍କ ବିକାଶକୁ ବିଶ୍ୱବ୍ୟାପୀ ପ୍ରଶଂସା କରାଯାଉଛି ।