ଅନିଲ କୁମ୍ବଲେ ବୀତସ୍ପୃହ ହୋଇ କୋଚ୍ ପଦରୁ ଦୂରେଇ ଗଲେ:ବିନୋଦ ରାଇ

ନୂଆଦିଲ୍ଲୀ ୦୮/୦୪ :(ସଂକେତ ଟିଭି) : ଟେଷ୍ଟ କ୍ରିକେଟରେ ଭାରତ ପକ୍ଷରୁ ସର୍ବାଧିକ ୱିକେଟ ଅକ୍ତିଆର କରିଥିବା ଅବସର ପ୍ରାପ୍ତ ସ୍ପିନର ଅନିଲ କୁମ୍ବଲେ ୨୦୧୬ରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଥିଲେ । ମାତ୍ର ଅଧିନାୟକ କୋହଲିଙ୍କ ସହିତ ତାଙ୍କର ମତାନ୍ତର ଯୋଗୁ ସେ କୋଚ ପଦ ଛାଡିବାକୁ ବାଧ୍ୟ ହୋଇ ଥିଲେ । ଅବଶ୍ୟ ଏହି ପ୍ରସଙ୍ଗ ସେତେବେଳେ ବଡ ଚର୍ଚ୍ଚାର ବିଷୟ ପାଲଟି ଥିଲା ।

ଭାରତୀୟ ଦଳରେ କୋହଲିଙ୍କର ବଡ ପ୍ରଭାବ ଥିବାରୁ କୁମ୍ବଲେ ଅଧିକ ବିବାଦ ଭିତରକୁ ଯିବା ପାଇଁ ଇଛା ପ୍ରକାଶ ନ କରି ଶେଷରେ ଓହରିଗଲେ । ସବୁଠାରୁ ମୁଖ୍ୟ କଥା ହେଲା ଯେ ଦଳର ଖେଳାଳି୍‌ଙ୍କ ଦ୍ୱାରା ସେ ଅତି ମାତ୍ରାରେ ଖରାପ ବ୍ୟବହାରର ଶୀକାର ହେଉଥିଲେ । ତେଣୁ ଅଧିକ ଦିନ ଏହି ପ୍ରକାର ପରିସ୍ଥିତିରେ ରହିବାକୁ କୁମ୍ବଲେ ଚାହିଁଲେ ନାହିଁ ବୋଲି ବିସିସିଆଇର ପୂର୍ବତନ କ୍‌ମିଟି ଅଫ ଆଡମିନଷ୍ଟ୍ରେଟିଭ ବିନୋଦ ରାଇ ନିଜର ଆତ୍ମ ଜିବନୀ ପୁସ୍ତକରେ ଉଲ୍ଲେଖ କରିଛନ୍ତି ।

ସୂଚନା ଯୋଗ୍ୟ ଯେ ବିନୋଦ ରାଇଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ନଟ ଜଷ୍ଟ ଏ ନାଇଟୱାଚମ୍ୟାନ: ମାଇଁ ଇନିଂସ ୱିଥ୍‌ ବିସିସିଆଇ’ ନିକଟରେ ପ୍ରକାଶ ପାଇଛି । ବିସିସିଆଇର କାର୍ଯ୍ୟଧାରାକୁ ସଠିକ ପରିଚାଳନା କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟି ଅଫ ଆଡମିନଷ୍ଟ୍ରେଟିଭ(ସିଓଏ)ର ମୁଖ୍ୟ ଭାବେ ବିନୋଦ ରାଇ ୩୩ ମାସ କାର୍ଯ୍ୟ କରିଥିଲେ । ତେଣୁ ଭାରତୀୟ କ୍ରିକେଟର ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ସେ ଅନୁଧ୍ୟାନ କରିବା ସୁଯୋଗ ପାଇଥିଲେ । ତାଙ୍କ ସମୟରେ କୁମ୍ବଲେ ଓ କୋହଲିଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦୀୟ ପରିସ୍ଥିତି ସମ୍ପର୍କରେ ସବୁକଥା ଜାଣିଛନ୍ତି ।

ତେଣୁ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି ଯେ କୁମ୍ବଲେ ଜଶେ ଶୃଙ୍ଖଳିତ ବ୍ୟକ୍ତି । ସେ ନିଜର ଏହି ଗୁଣକୁ ଭାରତୀୟ ଦଳରେ ବିନିଯୋଗ କରିବାକୁ ଚାହୁଁଥିଲେ । କାରଣ ଦଳରେ ଶୃଙ୍ଖଳା ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ ଥିଲା । ମାତ୍ର ଏହାକୁ କୋହଲିଙ୍କ ସମେତ ଦଳର କେତେକ ଖେଳାଳି ସମ୍ପୂର୍ଣ୍ଣ ବିରୋଧ କରୁଥିଲେ । ଫଳରେ ମୁଖ୍ୟ କୋଚ କୁମ୍ବଲେ ଓ କୋହଲିଙ୍କ ମଧ୍ୟରେ ବୁଝାମଣା ଠିକ ରହୁ ନ ଥିଲା । ଏପରିକି କୁମ୍ବଲେଙ୍କର ନୀତିକୁ ଦଳର ସବୁ ଖେଳାଳି ନାପସନ୍ଦ କରୁଥିଲେ । କାରଣ ବିବାଦୀୟ ପରିସ୍ଥିତି ଉପୁଜିବା ପରେ ମୁଁ ବ୍ୟକ୍ତିଗତ ଭାବେ କୋହଲି ଓ ଭାରତୀୟ ଦଳର ଖେଳାଳିଙ୍କ ସହିତ ଆଲେଚନା କରିଥିଲି ।

କୋହଲି ନିଜର ମତ ସ୍ପଷ୍ଟ କରି କହି ଥିଲେ ଯେ କୁମ୍ବଲେଙ୍କ କାର୍ଯ୍ୟଧାରାକୁ ଦଳର ଖେଳାଳି ମାନେ ଗ୍ରହଣ କରିବାକୁ ରାଜି ନାହାନ୍ତି । ଅନ୍ୟ ପକ୍ଷରେ ମୁମ୍ବଲେ କେବଳ ଗୋଟିଏ ବର୍ଷ ପେଇଁ ଏହି ଦାୟିତ୍ୱରେ ଥିବା ବେଳେ ପରିସ୍ଥିତିରେ ପଡି ୨୦୧୭ ଚାମ୍ପିଅନ୍ସ ଟ୍ରଫି ପରେ କୋଚ ପଦରୁ ଦୂରେଇ ଯାଇଥିଲେ । ସେବେଳେର ବିସିସିଆଇ କ୍ରିକେଟ ଆଡଭାଇଜରୀ କମିଟି ସଦସ୍ୟ ତେନ୍ଦୁଲକର,ଭିଭିଏସ ଲକ୍ଷ୍ମଣ ଓ ଗାଙ୍ଗୁଲି ପୁଣି ଥରେ କୁମ୍ବଲେଙ୍କୁ ମୁଖ୍ୟ କୋଚ ଭାବେ ଅବସ୍ଥାପିତ କରିବାକୁ ଚାହୁଁ ଥିଲେ ହେଁ ସେ ଏଥିରେ ରାଜି ହୋଇ ନ ଥିଲେ ।