୫୦ ବର୍ଷରୁ କମ୍ ବୟସ ଲୋକଙ୍କୁ ଖୋଜି ଖୋଜି ଗୁଳି କରିବା ପାଇଁ ଋଷର ଆଦେଶ

ନୂଆଦିଲ୍ଲୀ ୦୮/୦୪ :(ସଂକେତ ଟିଭି) :ୟୁକ୍ରେନର ବୁଚାଠାରେ ହୋଇଥିବା ନରସଂହାର ହତ୍ୟାର ପ୍ରକୃତ ଅପରାଧୀ ଋଷର ସାମରିକ କମାଣ୍ଡର ଅଜାତ୍ୱକ୍‌ ଓମୁରବେକୋଭ । ଯିଏ ଋଷର ସୈନିକମାନଙ୍କୁ ଆଦେଶ ଦିଆଯାଇଥିଲା କି ପଚାଶ ବର୍ଷରୁ କମ୍ ବୟସର ପୁରୁଷମାନଙ୍କୁ ଖୋଜି ହତ୍ୟା କରିବା ସହ ମହିଳାମାନଙ୍କୁ ବଳାତ୍କାର କରିବା ପାଇଁ କୁହାଯାଇଥିଲା । ବର୍ତ୍ତମାନ ଏହା ଖବରକୁ ବ୍ରିଟିଶ ଗଣମାଧ୍ୟମ ଦ୍ୱାରା ଦାବି କରାଯାଇ କୁହାଯାଇଛି ।

ତେବେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେପରେଟ୍‌ ମୋଟରାଇଜଡ୍ ରାଇଫଲ୍ ବ୍ରିଗେଡ୍ର କମାଣ୍ଡର ଅଜାତ୍ୱେକ୍‌ ଓମୁରବେକୋଭ ସାଧାରଣ ନାଗରିକଙ୍କୁ ହତ୍ୟା କରିବା ପରେ ସେମାନଙ୍କ ଶବକୁ କବର ଦେବା ପାଇଁ ନିଜ ସମ୍ପର୍କୀୟଙ୍କୁ ମାତ୍ର କୋଡିଏ ମିନିଟ୍ ସମୟ ଦେଇଥିଲେ । କୁହାଯାଉଛି କି ଏହି ସାମରିକ କମାଣ୍ଡର ଇଶ୍ୱରଙ୍କ ଉପରେ ବିଶ୍ୱାସ ରଖନ୍ତି ଏବଂ ଯୁଦ୍ଧ ପୂର୍ବରୁ ସେ ଚର୍ଚ୍ଚର ପାଦ୍‌ରୀ ଠାରୁ ଆଶୀର୍ବାଦ ନେଇଥିଲେ ।

ବୁଚାରେ ଶବର ଯାଞ୍ଚ କରୁଥିବା ଅଧିକାରି ଗୁଡିକ ଋଷର ଆକ୍ରମଣରୁ ବଞ୍ଚିଥିବା ବ୍ୟକ୍ତିମାନେ କହିଛନ୍ତି ଯେ ଋଷର ସୈନିକମାନେ ସାଧାରଣ ନାଗରିକଙ୍କୁ ଏଠାକୁ ଆଣିବା ପରେ ସେମାନଙ୍କର ଡକ୍ୟୁମେଣ୍ଟ ତଥା ଦସ୍ତାବିଜ୍ ମାଗିଛନ୍ତି । ଏହା ସହ ସେ ଅନୁଭବ କରୁଥିଲେ ଯେ ସେଠାରେ ତାଙ୍କ ପ୍ରତି ବିପଦ ଅଛି, କାରଣ ସେମାନେ ସାଧାରଣ ନାଗରିକଙ୍କୁ ଗୁଳି କରି ମାରୁଥିଲେ । ଏହା ବ୍ୟତୀତ ବହୁ ୟୁକ୍ରେନ ଆର୍ମିଙ୍କ ଟାଟୁ ଥିବା ନାଗରିକଙ୍କୁ ଖୋଜିବା ସହ ଜୋରଜବଦସ୍ତ କରି ପୋଷାକ ଖୋଲା ଯାଉଥିଲା ଏବଂ ମହିଳାମାନଙ୍କ ସହ ବଳାତ୍କାର କରାଯାଉଥିଲା ।

ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେଉଁ ଋଷି କମାଣ୍ଡରକୁ ନରସଂହାର ପାଇଁ ଦାୟୀ କରାଯାଉଛି ସେ ୨୦୧୪ ମସିହାରେ ଋଷର ଡେପୁଟି ପ୍ରତିରକ୍ଷା ମନ୍ତ୍ରୀ ଦିମିତ୍ରୀ ବୁଲଗାକୋଭଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସାମରିକ ପଦକ ତଥା ମିଲିଟ୍ରି ମେଡାଲ୍‌ରେ ସମ୍ମାନିତ କରାଯାଇଥିଲା । ଆନ୍ତରାଷ୍ଟ୍ରୀୟ ନିୟମ ଅନୁଯାୟୀ, ସେନା କମାଣ୍ଡର ତାଙ୍କ ସୈନିକମାନଙ୍କ ଦ୍ୱାରା କରାଯାଇଥିବା ଯେକୌଣସି ଯୁଦ୍ଧ ଅପରାଧ ପାଇଁ ଦାୟୀ ହୋଇଥାଏ ।