ଭାରତକୁ କେହି ନାଲି ଆଖି ଦେଖାଇ ପାରିବେ ନାହିଁ : ଇମ୍ରାନ ଖାନ

ଇସଲାମାବାଦ ୦୯।୦୪ : (ସଂକେତ ଟିଭି) ଭାରତ ଏକ ସଚ୍ଚୋଟ ଓ ଆତ୍ମସମ୍ମାନ ଦେଶ ଏବଂ କୌଣସି ଦେଶ ତାକୁ ନାଲି ଆଖି ଦେଖାଇ ପାରିବେ ନାହିଁ। ଏହା କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ସେ ଶୁକ୍ରବାର ବିଳମ୍ବିତ ରାତିରେ ନିଜ ଦେଶବାସୀଙ୍କୁ ସମ୍ବୋଧିତ କରି ଭାରତର ପ୍ରଶଂସା କରିଛନ୍ତି।

ସେ କହିଛନ୍ତି ଯେ ଆମେ ଆମଦାନୀ କରି ପାକିସ୍ତାନରେ ଗଣତନ୍ତ୍ରକୁ ଆଣିବାକୁ ଚେଷ୍ଟା କରୁଛୁ। ବିଦେଶୀ ସରକାରଙ୍କ ନିର୍ଦ୍ଦେଶରେ ଆମ ସରକାର ଏଠାରେ ହଟାଯାଉଛି। ଇମ୍ରାନ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ସାଢ଼େ ତିନି ବର୍ଷର ଶାସନ କାଳରେ ସେ କୌଣସି ବିଦେଶୀ ଦେଶର ନିର୍ଦ୍ଦେଶରେ କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି।

ସେ କହିଛନ୍ତି, ମୋ ପରିବାର କେବେ ରାଜନୀତିରେ ନଥିଲେ, କିନ୍ତୁ ସେମାନେ ପାକିସ୍ତାନର ଲୋକଙ୍କ ଉନ୍ନତି ପାଇଁ ରାଜନୀତିକୁ ଆସିଛନ୍ତି। ଇମ୍ରାନ ଖାନ ଭାରତରେ ଇଭିଏମ୍ ଭୋଟ୍ ବିଷୟରେ ଉଲ୍ଲେଖ କରିଛନ୍ତି। ଏହା ସହ ଆମେ ଇଭିଏମ୍ ମାଧ୍ୟମରେ ଭୋଟ୍ ଦେବାର ପ୍ରକ୍ରିୟା ଆଣିଛୁ। ଆମେ ଚାହୁଁଥିଲୁ ବିଦେଶରେ ରହୁଥିବା ପାକିସ୍ତାନୀ ନାଗରିକଙ୍କୁ ଆମେ ଭୋଟ୍ ଅଧିକାର ଦେଇପାରିବା ବୋଲି ସେ କହିଛନ୍ତି।

ଇମ୍ରାନ ଅଭିଯୋଗ କରିଛନ୍ତି ଯେ, ଶାହବାଜ ସରିଫ ଏବଂ ବିଲାୱାଲ ଭୁଟ୍ଟୋ ଏତେ ଲୋକପ୍ରିୟ, ତେବେ ସେମାନେ କାହିଁକି ନିର୍ବାଚନ ମଇଦାନକୁ ଆସୁନାହାଁନ୍ତି। ସେମାନେ ଆମଦାନୀ ହୋଇଥିବା ସରକାର ଚଳାଇବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି।

ଏହାପୂର୍ବରୁ ମାର୍ଚ୍ଚ ୨୦ରେ ଇମ୍ରାନ ଖାନ, ଭାରତର ପ୍ରଶଂସା କରିଥିଲେ। ପାକିସ୍ତାନର ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆମେରିକାର ପ୍ରତିବନ୍ଧକକୁ ଖାତିର ନକରି ଭାରତ ଋଷରୁ ଅଶୋଧିତ ତୈଳ ଆମଦାନୀ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରକୁ ସମାଲୋଚନା କରୁଥିବା ଇମ୍ରାନ ଖାନ ଖୋଲାଖୋଲି ଭାବେ ଭାରତୀୟ ବୈଦେଶିକ ନୀତିକୁ ପ୍ରଶଂସା କରିଛନ୍ତି। ଏକ ସ୍ୱାଧୀନ ବୈଦେଶିକ ନୀତି ଥିବାରୁ ପଡୋଶୀ ଭାରତକୁ ସେ ପ୍ରଶଂସା କରିବେ ବୋଲି ଇମ୍ରାନ କହିଛନ୍ତି। ସେ କହିଛନ୍ତି ଯେ, ଭାରତ କ୍ୱାଡ ଗୋଷ୍ଠୀର ଏକ ଅଂଶ ଏବଂ ଏହା ଆମେରିକାର ପ୍ରତିବନ୍ଧକ ସତ୍ତ୍ୱେ ଋଷରୁ ଅଶୋଧିତ ତୈଳ ଆମଦାନୀ କରିଛି। ମୋର ବୈଦେଶିକ ନୀତି ମଧ୍ୟ ପାକିସ୍ତାନୀ ଲୋକଙ୍କ ସ୍ୱାର୍ଥରେ ରହିବ।