ଆତଙ୍କବାଦୀ ସଂଗଠନ ଜମାତ- ଉଦ-ଦାୱା ମୁଖ୍ୟ ହାଫିଜ ସଇଦଙ୍କୁ ୩୧ ବର୍ଷ ଜେଲ

ଇସଲାମାବାଦ୍ ୦୯।୦୪ : (ସଂକେତ ଟିଭି) ଆତଙ୍କବାଦୀ ସଂଗଠନ ଜମାତ- ଉଦ-ଦାୱା ମୁଖ୍ୟ ହାଫିଜ ସଇଦଙ୍କୁ ୩୧ ବର୍ଷ ଜେଲ । ପାକିସ୍ତାନର ଆତଙ୍କବାଦ ନିରୋଧୀ କୋର୍ଟ ୨ଟି ମାମଲାର ଶୁଣାଣି କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲସ୍କର- ଇ-ତଇବାର ମୁଖ୍ୟ ଥିବା ଏବଂ ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ଭାବରେ ଜଣାଶୁଣା ହାଫିଜ ସଇଦକୁ ୩୧ ବର୍ଷ ଜେଲ ଦଣ୍ଡ ଦିଆଯାଇଛି । ଏହା ସହ ୩.୪୦ ଲକ୍ଷ ଟଙ୍କା ଜରିମାନା ଲଗାଯିବା ସହିତ କୋର୍ଟ ତାଙ୍କର ସମସ୍ତ ସମ୍ପତ୍ତିକୁ ଜବତ କରିବାକୁ ନିର୍ଦ୍ଦେଶ ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ଦେଇଛନ୍ତି ।

ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଆସନ ଟଳମଳ ହେଉଥିବା ଅବସ୍ଥାରେ ଥିବା ବେଳେ ଏଭଳି ରାୟ ଶୁଣାଇଛନ୍ତି କୋର୍ଟ । ସୂଚନା ଅନୁଯାୟୀ, ହାଫିଜ ସଇଦ ଦ୍ୱାରା ନିର୍ମିତ ମଦ୍ରାସା ଏବଂ ମସଜିଦଗୁଡିକ ମଧ୍ୟ ସରକାରୀ ନିୟନ୍ତ୍ରଣରେ ରଖାଯିବ ବୋଲି କୋର୍ଟ କହିଛନ୍ତି । ଆତଙ୍କବାଦ ଏବଂ ଅନେକ ଆକ୍ରମଣ ପାଇଁ ପାଣ୍ଠି ଯୋଗାଣ କରିଥିବା ଅଭିଯୋଗରେ ପାକିସ୍ତାନର ସିଆଇଡି ହାଫିଜ ସଇଦ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଏହାପୂର୍ବରୁ ମଧ୍ୟ ସ୍ୱତନ୍ତ୍ର ଆତଙ୍କବାଦ ନିରୋଧୀ କୋର୍ଟ ସଇଦଙ୍କୁ ଅନେକ ମାମଲାରେ ଦଣ୍ଡିତ କରିଛନ୍ତି । କିନ୍ତୁ ଅନେକ ମାମଲାରେ ସେ ଉଚ୍ଚ ନ୍ୟାୟାଳୟରେ ରକ୍ଷାପାଇଛି । ଆତଙ୍କବାଦ ନିରୋଧୀ କୋର୍ଟ ହାଫିଜ ସଇଦକୁ ପୂର୍ବରୁ ଜେଲକୁ ପଠାଇସାରିଛି । ୨୦୨୦ରେ ହାଫିଜ ବିରୋଧରେ ଥିବା ଅନେକ ମାମଲା ମଧ୍ୟରୁ ଗୋଟିଏରେ ତାକୁ ୧୫ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ପାକର ଆତଙ୍କବାଦ ନିରୋଧୀ କୋର୍ଟ ।