ବିଜୟ ଧାରାକୁ ଫେରିବା ପାଇଁ ରୋହିତ ବ୍ୟାକୁଳ

ମୁମ୍ବାଇ ୦୯।୦୪ : (ସଂକେତ ଟିଭି) ପାଞ୍ଚଥର ଆଇପିଏଲ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଗତ ବର୍ଷ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇ ଥିବା ବେଳେ ଚଳିତ ବର୍ଷ ମଧ୍ୟ ସେହି ଧାରା ଜାରି ରହିଛି । କାରଣ ମୁମ୍ବାଇ ଇଣ୍ଡିଆନ୍ସ ଆଜି ପର୍ଯ୍ୟନ୍ତ ବିଜୟ ସ୍ୱାଦ ଚାଖି ପାରିଲା ନାହିଁ । ଲଗାତର ତିନି ମ୍ୟାଚରେ ପରାଜୟ ସ୍ୱିକାର କରି ପଏଣ୍ଟ ଟେବୁଲର ନିମ୍ନ ସ୍ଥାନରେ ରହିଛି ।

ବହୁ ବର୍ଷଧରି ନିୟମିତ ଖେଳି ଆସୁଥିବା ଖେଳାଳି ମାନେ ଅନ୍ୟ ଦଳକୁ ଚାଲି ଯିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ନୂଆ ଖେଳାଳିଙ୍କୁ ନେଇ ଅନ୍ୟ ଦଳ ବିରୋଧରେ ଉପଯୁକ୍ତ ଲଢ଼େଇ କରି ପାରୁନି । ତେଣୁ ଅଧିନାୟକ ରୋହିତ ଶର୍ମା ନିରାଶ ହୋଇ ପଡିଛନ୍ତି । କାରଣ କେବଳ ଇଶାନ କିଶାନ ଓ ସୂର୍ଯ୍ୟକୁମାର ଯାଦବଙ୍କୁ ବାଦ ଦେଲେ ଦଳର ଅନ୍ୟ କୌଣସି ଖେଳାଳି ଆଶାନୁରୂ ପ୍ରଦର୍ଶନ କରି ପାରୁ ନାହାନ୍ତି । ସବୁ ଦିଗରେ ବିଫଳ ହେବା ଯୋଗୁଁ ମୁମ୍ବାଇ ଇଣ୍ଡିଆନ୍ସ ପ୍ରତିକ୍ଷ କୌଣସି ଦଳକୁ ଟକ୍କର ଦେଇ ପାରୁନି ।

ଅବଶ୍ୟ ରୋହିତ ଶର୍ମା ଏଥିାଇଁ ଦଳର କୌଣସି ବ୍ୟକ୍ତିଗତ ଖେଳାଳିଙ୍କୁ ଦୋଷ ନ ଦେଇ ଦଳଗତ ବିଫଳତାକୁ ଗ୍ରହଣ କରିବାକୁ ବାଧ୍ୟ ହୋଇଛନ୍ତି । ତେଣୁ ପରବର୍ତ୍ତୀ ମ୍ୟାଚରେ ବିଜୟ ଧାରାକୁ ଫେରିବା ପାଇଁ ସେ ସାଥୀ ଖେଳାଳିଙ୍କୁ ଆହ୍ୱାନ କରି ସ୍ୱତନ୍ତ୍ର ଟିପ୍ସ ଦେଇଚନ୍ତି । ବର୍ତ୍ତମାନ ସୁଦ୍ଧା ମୁମ୍ବାଇ ଇଣ୍ଡିଆନ୍ସ ଖେଳିଥିବା ତିନି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ, ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ଠାରୁ ଶୋଚନୀୟ ପରାଜୟ ସ୍ୱିକାର କରିଛି । ତେଣୁ ଦଳଗତ ପ୍ରୟାସ ଜାରି ରଖିଲେ ଆଗାମୀ ସମୟରେ ବିଜୟ ସୁନିଶ୍ଚିତ ହୋଇ ପାରିବ ବୋଲି ସେ ଦଳର ସମସ୍ତ ଖେଳାଳିଙ୍କୁ ଉତ୍ସାହିତ କରି ପରାମର୍ଶ ଦେଇଛନ୍ତି ।