ପେସ୍ ବୋଲରଙ୍କ ଅଭାବରୁ ହାରୁଛି ମୁମ୍ବାଇ ଇଣ୍ଡିଆନ୍ସ : ଇର୍ଫାନ ପଠାଣ

ନୂଆଦିଲ୍ଲୀ ୧୦।୦୪ : (ସଂକେତ ଟିଭି) ପୂର୍ବତନ ଭାରତୀୟ ପେସ୍‌ ବୋଲର ଇର୍ଫାନ ପଠାଣ କହିଛନ୍ତି ଯେ ଯଣପ୍ରୀତ ବୁମରାଙ୍କ ବ୍ୟତିତ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଗୁଣାତ୍ମକ ପେସ୍‌ ବୋଲର ନାହାନ୍ତି । ତେଣୁ ବୁମରା ଏକାକୀ ପ୍ରତିକ୍ଷ ଦଳ ବିରୋଧରେ ଲଢ଼େଇ କରିବା ସମ୍ଭବ ହେଉନି । ଯାହା ଫଳରେ ଚଳିତ ଆଇପିଏଲରେ ପାଞ୍ଚଥର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ କ୍ରମାଗତ ତିନି ମ୍ୟାଚରେ ଶୋଚନୀୟ ପରାଜୟ ସ୍ୱିକାର କରି ଆସୁଛି ।

ଚଳିତ ବର୍ଷ ଦୁଇ ନୂଆ ଦଳ ସାମିଲ ହେବା ଫଳରେ ସବୁ ଦଳର ଖେଳାଳିଙ୍କ ମଧ୍ୟରେ ବ୍ୟାପକ ପରିବର୍ତ୍ତନ ହୋଇଥିଲା । ତେଣୁ ମୁମ୍ବାଇ ଇଣ୍ଡିଆନ୍ସର ପୁରୁଣା ବୋଲର ମାନେ ଅନ୍ୟ ଦଳକୁ ଚାଲି ଯିବା ପରେ ସମସ୍ୟା ସୃଷ୍ଟି ହୋଇଛି । ଯାହା ଫଳରେ ମୁମ୍ବାଇ ଇଣ୍ଡିଆନ୍ସ କୌଣସି ମ୍ୟାଚରେ ବିଜୟୀ ହୋଇ ପାରୁନି ।