ପୁରୀରୁ ଉତ୍ପାଦନ ହେବ ତୈଳ ଓ ପ୍ରାକୃତିକ ଗ୍ୟାସ

ଭୁବନେଶ୍ବର ୧୦।୦୪ : (ସଂକେତ ଟିଭି) ଅଏଲ ଇଣ୍ଡିଆ ଲିମିଟେଡର ସେସମିକ୍ ସର୍ଭେ ସଫଳ । ଅଏଲ ଇଣ୍ଡିଆ ଲିମିଟେଡର ସେସମିକ୍ ସର୍ଭେ ସଫଳ । ପୁରୀ ଜିଲ୍ଲା ଗୋପ ବ୍ଲକର ଦୁଇଟି ସ୍ଥାନରୁ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଥିବା ନେଇ ସ୍ପଷ୍ଟ କରିଛନ୍ତି ଅଏଲ ଇଣ୍ଡିଆ କମ୍ପାନୀର ଚିଫ ଜେନେରାଲ ମ୍ୟାନେଜର । ସ୍ଥାନ ଚିହ୍ନଟ ପରେ ସ୍ଥାନୀୟ ଜନପ୍ରତିନିଧିଙ୍କ ସହ ଆଲୋଚନା କରି ମତାମତ ନେଇଛନ୍ତି କମ୍ପାନୀ କର୍ମଚାରୀ ।

ଅଏଲ ଇଣ୍ଡିଆର ୬ଜଣିଆ ପ୍ରତିନିଧି ଦଳ ଗତକାଲି ଗୋପ ବ୍ଲକରେ ପହଁଚି ଚାଷୀଙ୍କ ସହ ଆଲୋଚନା କରିଛନ୍ତି । ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି କମ୍ପାନୀ ଅଧିକାରୀ । କହିଛନ୍ତି ତିନି ବର୍ଷ ଧରି ପ୍ରୋଜେକ୍ଟ ଚାଲିବ । ଜମି ଅଧିଗ୍ରହଣ କାର୍ଯ୍ୟ ଚାଲିବ । ଜମି ମାଲିକମାନଙ୍କୁ କ୍ଷତି ପୂରଣ ଦିଆଯିବ । ତେଲ ଓ ଗ୍ୟାସ ବାହାରିଲେ ବିଶ୍ୱରେ ଗୋପର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହେବ । ଗୋପ ପଂଚାୟତ କୁସୁୁର ମୌଜାରେ ସାଟେଲାଇଟ୍‌ ମ୍ୟାପ ଯୋଗେ ୮ଏକର ଜାଗା ଚିହନଟ କରାଯାଇଛି । ସେହିପରି ମହଲପଡା ପଂଚାୟତ ଚିତୋର ମୌଜାର ୮ଏକର ଜମି ଚିହ୍ନଟ କରାଯାଇଛି । ୨୦୨୦ ନଭେମ୍ବର ମାସରେ ଏହି ସେସମିକ୍ ସର୍ଭେ ଆରମ୍ଭ ହୋଇଥିଲା । ଓଡିଶା ଉପକୂଳବର୍ତି ୫ଟି ଜିଲ୍ଳା ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର , କେନ୍ଦ୍ରାପଡା , ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ସର୍ଭେ କରାଯାଇଥିଲା । ଓଡିଶାରେ ପ୍ରାୟ ୩ହଜାର ବର୍ଗ କିମି ସର୍ଭେ ପରେ ଗୋପ ବ୍ଲକ ଅଂଚଳରୁ ୨ଟି ସ୍ଥାନରୁ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଥିବା ଜଣାପଡିଛି ।