ସିକ୍ରେଟ୍ ନ୍ୟୁକ୍ଲିୟର ବ୍ରିଫ୍‌କେସ୍ ସାଙ୍ଗରେ ଧରିଛନ୍ତି ପୁଟିନ, ତୃତୀୟ ବିଶ୍ବଯୁଦ୍ଧ ଆଶଂକା

ମସ୍କୋ ୧୦।୦୪ : (ସଂକେତ ଟିଭି) ୟୁକ୍ରେନ ସହିତ ରୁଷ୍ ଦୀର୍ଘ ଦିନଧରି ଯୁଦ୍ଧ ଜାରି ରଖିଛି । ହେଲେ ୟୁକ୍ରେନକୁ ପରାସ୍ତ କରିବାରେ ବିଫଳ ହୋଇଛି ରୁଷ୍ । ଏହା ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିରକ୍ତ କରିଛି । ଆଉ ଏଭଳି ପରିସ୍ଥିତିରେ ସେ ମଧ୍ୟ କିଛି ବଡ ପଦକ୍ଷେପ ନେଇପାରନ୍ତି ବୋଲି ଆଶଙ୍କା କରାଯାଉଛି । ପୁଟିନ ଅନେକ ଥର ପରମାଣୁ ଆକ୍ରମଣର ଧମକ ଦେଇଛନ୍ତି ଏବଂ ନିକଟରେ ସେ ତାଙ୍କର ସିକ୍ରେଟ୍ ନ୍ୟୁକ୍ଲିୟର ବ୍ରିଫକେସ୍ ସହିତ ଦେଖିବାକୁ ମିଳିଥିଲେ । ରୁଷର ରାଷ୍ଟ୍ରତିଙ୍କ ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ତାଙ୍କ ପଛରେ ଚାଲୁଥିବା ବ୍ୟକ୍ତି ତାଙ୍କ ହାତରେ ଏକ କଳା ରଙ୍ଗର ବ୍ରିଫକେସ୍‌ ଧରିଛନ୍ତି, ଯାହାକୁ ପରମାଣୁ ବ୍ରିଫକେସ୍ ବୋଲି କୁହାଯାଉଛି ।

“ଦ ସନ୍‌’ର ରିପୋର୍ଟ ଅନୁଯାୟୀ, ରୁଷର ରାଷ୍ଟ୍ର ତି ଭ୍ଲାଦିମିର ପୁଟିନ ଏକ ଅନ୍ତିମ ସଂସ୍କାରରେ ସାମିଲ୍‌ ହେବା ପାଇଁ ମସ୍କୋର ଖ୍ରୀଷ୍ଟ ସେର୍ଭ କ୍ୟାଥେଡ୍ରାଲରେ ପହଞ୍ଚିଥିଲେ । ଆଉ ଏହି ସମୟରେ, ତାଙ୍କର ସିକ୍ରେଟ ବ୍ରିଫକେସ୍ ମଧ୍ୟ ତାଙ୍କ ସହିତ ଥିଲା । ଏଠାରେ ପୁଟିନ ରାଷ୍ଟ୍ରବାଦୀ ଭ୍ଲାଦିମିର ଜିରିନୋଭସ୍କିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଜିରିନୋଭସ୍କି ଏବଂ ପୁଟିନଙ୍କର ଏକ ପୁରୁଣା ସମ୍ପର୍କ ଥିଲା । ବିଶ୍ୱାସ କରାଯାଏ ଯେ ଜିରୋନୋଭସ୍କି କରୋନା କାରଣରୁ ଅସୁସ୍ଥ ଥିଲେ । କୁହାଯାଉଛି ଯେ ପୁଟିନ ପରମାଣୁ ବ୍ରିଫକେସ୍ ଦେଖାଇ ବିଶ୍ୱକୁ ଏକ ବାର୍ତ୍ତା ଦେବାକୁ ଚାହୁଁଛନ୍ତି, ଯେ ସେ ଯେକୌଣସି ସମୟରେ କିଛି ବଡ ନିଷ୍ପତ୍ତି ନେଇପାରନ୍ତି । ଏହା ପୂର୍ବରୁ ମଧ୍ୟ ସେ ଅନେକ ଥର ପରମାଣୁ ଆକ୍ରମଣର ଧମକ ଦେଇଛନ୍ତି । ପୁଟିନଙ୍କ ଏହି ଚିତ୍ର ସାମ୍ନାକୁ ଆସିବା ପରେ ପୁଣି ଥରେ ତୃତୀୟ ବିଶ୍ୱଯୁଦ୍ଧର ଭୟ ବଢିଛି ।