ଧ୍ବଂସଲୀଳା ରଚି ପଛକୁ ହଟିଲା ରୁଷ ସେନା

କିଭ୍ ୧୦।୦୪ : (ସଂକେତ ଟିଭି)ୟୁକ୍ରେନର ସୁମି ସହରରେ ଧ୍ୱଂସଲୀଳା ରଚି ରୁଷ ସୈନ୍ୟ ସହରକୁ ଛାଡ଼ି ଚାଲି ଯାଇଛନ୍ତି । ରୁଷ ସୈନ୍ୟ ଯିବା ପରେ ୟୁକ୍ରେନ ସୈନ୍ୟ ସହର ଉପରେ ନିୟନ୍ତ୍ରଣ ଆଣି ପାରିଛନ୍ତି । ସୁମି ସହର ସମେତ ରୁଷ-ୟୁକ୍ରେନ ସୀମାବର୍ତ୍ତୀ ଅଞ୍ଚଳ ମଧ୍ୟ ୟୁକ୍ରେନ ସୈନ୍ୟ କବ୍‌ଜାକୁ ଆସିସାରିଥିବା ସ୍ଥାନୀୟ ଗଭର୍ଣ୍ଣର ସୂଚନା ଦେଇଛନ୍ତି । ତେବେ ଏଠାକାର ଲୋକ ବର୍ତ୍ତମାନ ସୁମିକୁ ଫେରନ୍ତୁ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ରୁଷ ସେନା ସୁମି ସହରକୁ ଛାଡ଼ିବା ପୂର୍ବରୁ ବିଭିନ୍ନ ସ୍ଥାନରେ ଲ୍ୟାଣ୍ଡ ମାଇନ୍ ଖଞ୍ଜି ଯାଇଥିବାରୁ ଏଠାକୁ ଫେରିବା ବିଜ୍ଜନକ ରହିଛି । ୟୁକ୍ରେନ ସୈନ୍ୟ ବିଭିନ୍ନ ଅଞ୍ଚଳ ବୁଲି ଲ୍ୟାଣ୍ଡ ମାଇନଗୁଡ଼ିକୁ ନିଷ୍କ୍ରିୟ କରୁଛନ୍ତି । ସହର ସମ୍ପୂର୍ଣ୍ଣ ସୁରକ୍ଷିତ ହେବା ପରେ ଲୋକଙ୍କୁ ଏସମ୍ପର୍କରେ ସୂଚନା ଦିଆଯିବ ଏବଂ ସେମାନେ ନିଜନିଜ ଘରକୁ ଫେରିପାରିବେ ବୋଲି ଗଭର୍ଣ୍ଣର ଡିମିଟ୍ରୋ ଝିଭିଟ୍‌ସ୍କି କହିଛନ୍ତି ।