ଗୁଇନ୍ଦା ବିଭାଗ ନିର୍ଦେଶକ ଲଳିତ ଦାସଙ୍କ ବଦଳି କଲେ ରାଜ୍ୟ ସରକାର

ଭୁବନେଶ୍ବର ୧୧।୦୪ : (ସଂକେତ ଟିଭି) ରାଜ୍ୟ ସରକାର ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଥିବା ଆଇପିଏସ ଲଳିତ ଦାସଙ୍କୁ ବଦଳି କରିଛନ୍ତି । ତାଙ୍କୁ ଗୃହ ବିଭାଗ ଓଏସଡି କରାଯାଇଛି । ଲଳିତ ଦାସଙ୍କ ସ୍ଥାନରେ ଆରପି କୋଚେଙ୍କୁ ନିଯୁକ୍ତ କରିଛନ୍ତି । ଏଡିଜି (ଏସଏପି ) ଆର.ପି କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।