ଲାୟନ୍ ରେ ନୟନତାରାଙ୍କ ସହ ନଜର ଆସିବେ କିଙ୍ଗ ଖାନ

ମୁମ୍ବାଇ : (ସଂକେତ ଟିଭି) ସାଉଥ୍‌ର ସୁପରହିଟ୍ ଅଭିନେତ୍ରୀ ନୟନତାରାଙ୍କ ପାଖରେ ଅନେକ ପ୍ରୋଜେକ୍ଟ ଅଛି । କିନ୍ତୁ ସବୁଠାରୁ ଚର୍ଚ୍ଚିତ ହେଉଛି ତାଙ୍କର ଆଗାମୀ ଫିଲ୍ମ ‘କାଠୁ ଭାକୁଲା ରେଣ୍ଡୁ କାଦଲ୍‌’ । ଯେଉଁଥିରେ ସେ ବିଜୟ ସେତୁ ତିଙ୍କ ସହ ନଜର ଆସିବେ । ଏହି ଫିଲ୍ମଟି ଅଭିନେତ୍ରୀଙ୍କ ପ୍ରେମିକ ବିଗ୍ନେଶ ଶିବନ କରିଛନ୍ତି । ଏହା ଏପ୍ରିଲ ୨୮, ୨୦୨୨ ରେ ରିଲିଜ୍ ହେବ ।

ଏହା ବ୍ୟତୀତ ସେ ଏକ ହିନ୍ଦୀ ଫିଲ୍ମରେ ମଧ୍ୟ ନଜର ଆସିବେ ଯେଉଁଥିରେ ତାଙ୍କୁ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ସହ ଦେଖିବାକୁ ମିଳିବ । ଖବର ଅନୁଯାୟୀ, ନିର୍ଦ୍ଦେଶକ ଏଟଲି ବି ଫିଲ୍ମ ଲାୟନ୍ ସହ ବଲିଉଡରେ ଡେବ୍ୟୁ କରୁଛନ୍ତି । ଯେଉଁଥିରେ ସେ ଶାହାରୁଖ ଖାନଙ୍କୁ ଡାଇରେକ୍ଟ କରୁଛନ୍ତି । ବର୍ତ୍ତମାନ ଏହି ଫିଲ୍ମର ଟାଇଟଲ୍ ‘ଲାୟନ୍‌’ କୁହାଯାଉଛି ଏବଂ କିଙ୍ଗ୍ ଖାନ ନୟନତାରାଙ୍କ ସହ ରୋମାନ୍ସ କରୁଥିବା ଦେଖିବାକୁ ମିଳିବ ।

‘ଲାୟନ୍‌’ ଏଟଲିଙ୍କର ପ୍ରଥମ ହିନ୍ଦୀ ଫିଲ୍ମ ଯାହାର ସୁଟିଂ ମୁମ୍ବାଇରେ ଆରମ୍ଭ ହୋଇଛି । ଏହି ଫିଲ୍ମର ନାମ ‘ଲାୟନ’ ହୋଇଥିବାରୁ ଅଭିନେତାଙ୍କର ସିଂହ ସହିତ ଅନେକ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତାଙ୍କୁ ଏକ ବଣୁଆ ଜନ୍ତୁ ଭାବରେ ଦର୍ଶାଯାଉଛି ।