ସାଉଥ ମୁଭି ସୀତା ରାମମ୍ ରେ ନଜର ଆସିବେ ବଲିଉଡ୍ ହିରୋଇନ୍ ମୃଣାଳ ଠାକୁର
ମୁମ୍ବାଇ ୧୨।୦୪ : (ସଂକେତ ଟିଭି) ବଲିଉଡ ହିରୋଇନ ମଣୃାଳ ଠାକୁର ଖୁବଶୀଘ୍ର ଶାହିଦ କପୁରଙ୍କ ସହ ଫିଲ୍ମ ‘ଜର୍ସୀ’ରେ ନଜର ଆସିବେ । ଏବେ ମୃଣାଳ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଏହାରି ମଧ୍ୟରେ ଅଭିନେତ୍ରୀଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି ।
ସୂଚନା ଅନୁଯାୟୀ ‘ଜର୍ସୀ’ ରିଲିଜ୍ ପୂର୍ବରୁ ହିଁ ତାଙ୍କୁ ଆଉ ଏକ ଫିଲ୍ମ ମିଳିଯାଇଛି । ଅଭିନେତ୍ରୀ ଖୁବଶୀଘ୍ର ତେଲୁଗୁ ସିନେମାରେ ପ୍ରବେଶ କରିବାକୁ ଯାଉଛନ୍ତି । ସେ ଏହା ସହିତ ଜଡ଼ିତ କିଛି ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରି ଖୁସି ପ୍ରକାଶ କରିଛନ୍ତି । ଫିଲ୍ମର ନାମ ‘ସୀତା ରାମମ୍’ ରହିଛି । ତେବେ ରାମ ନବମୀ ଅବସରରେ ସେ ପୋଷ୍ଟ ସେୟାର କରିଥିବା କ୍ୟାପସନ୍ରେ ଲେଖିଛନ୍ତି । ମୃଣାଳଙ୍କ କହିବା ଅନୁଯାୟୀ ଏହା ଏକ ଆଇକନିକ ଲଭ୍ଷ୍ଟୋରୀ ।
ଏହାସହ ସୂଚନା ମିଳିଛି ଯେ ମୃଣାଳ ଠାକୁରଙ୍କ ଏହି ଫିଲ୍ମରେ ଦଲକୀର ସଲମାନ, ହନୁର ପୁଡି, ରଶ୍ମିକା ମନ୍ଦାନାଙ୍କ ସହ ଅନ୍ୟ କଳାକାର ମଧ୍ୟ ନଜର ଆସିବେ । ତେବେ ଏଥିରୁ ଜଣାପଡ଼ୁଛି ଯେ ଏହା ବଡ଼ ମଲଫିଷ୍ଟାର୍ ଫିଲ୍ମ । ସିନେ ଇଣ୍ଡଷ୍ଟ୍ରୀରେ ପ୍ରବେଶ କରିବା ପୂର୍ବରୁ ଅଭିନେତ୍ରୀ ମୃଣାଳ ଟେଲିଭିଜନ ପରଦାରେ ନିଜ ଦକ୍ଷତା ପ୍ରଦର୍ଶିତ କରିଛନ୍ତି । ଏବେ ଧୀରେଧୀରେ ବଲିଉଡ୍ ଦୁନିଆରେ ନିଜକୁ ପ୍ରତିପାଦିତ କରିବାରେ ଲାଗିଛନ୍ତି । ଶେଷ ଥର ପାଇଁ ନେଟ୍ଫ୍ଲିକ୍ସରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଧମାଲ’ ବକ୍ସଅଫିସରେ ସଫଳ ହୋଇଛି ।
ଆଗକୁ ତାଙ୍କ ହାତରେ ଅନେକ ବିଗ୍ ପ୍ରୋଜେକ୍ଚ । ସେଥିମଧ୍ୟରୁ ‘ଜର୍ସୀ’, ଅଭିମନ୍ୟୁ ଦସାନୀଙ୍କ ସହ ‘ଆଁଖ୍ ମିଚୋଲୀ’, ଇଶାନ ଖଟ୍ଟରଙ୍କ ସହ ‘ପିଞ୍ଜା’ ଏବଂ ‘ଥଡ଼ାମ’ର ହିନ୍ଦୀ ରିମେକ୍ ସାମିଲ ରହିଛି ।