ଏପ୍ରିଲ୧୮ରୁ ସର୍ବସାଧାରଣଙ୍କ ଲାଗି ଖୋଲିବ ଲୋକସେବା ଭବନ
ଭୁବନେଶ୍ବର ୧୨।୦୪ : (ସଂକେତ ଟିଭି) ଲୋକସେବା ଭବନ, ଖାରବେଳ ଭବନ ଓ ରାଜୀବ ଭବନ ଏପ୍ରିଲ ୧୮ ତାରିଖରୁ ସର୍ବସାଧାରଣଙ୍କ ଲାଗି ଖୋଲିବ । ଅନ୍ଲାଇନ୍ ପାସ୍ ଜରିଆରେ ସାଧାରଣ ଜନତା ପ୍ରବେଶ କରିପାରିବେ । ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
ସୂଚନା ଅନୁସାରେ , କରୋନା ସଂକ୍ରମଣ ବଢୁଥିବାରୁ ଲୋକସେବା ଭବନ, ଖାରବେଳ ଭବନ , କୃଷି ଭବନ ଏବଂ ରାଜୀବ ଭବନକୁ ସର୍ବସାଧାରଣ ପ୍ରବେଶ ବନ୍ଦ କରାଯାଇଥିଲା। ତେବେ ପ୍ରାୟ ୨ ବର୍ଷ ପରେ ଖୋଲିବ ରାଜ୍ୟ ସଚିବାଳୟ ବା ଲୋକସେବା ଭବନ , ଖାରବେଳ ଭବନ ଓ ରାଜୀବ ଭବନସୁ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି । ଦୁଇ ବର୍ଷର ଅନ୍ତରାଳ ପରେ ସାଧରଣ ଜନତା ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ କୌଣସି ଅଭିଯୋଗ ଏବଂ ସରକାରୀ କାର୍ଯ୍ୟ ପାଇଁ ପ୍ରବେଶ କରିପାରିବେ ।
ପ୍ରବେଶ ଲାଗି ପାସ୍ର ଆବଶ୍ୟକତା ରହିବ । ସେଥିପାଇଁ http://epravesh.odisha.gov.in କିମ୍ବା ePravesh ମୋବାଇଲ ଆପ୍ ମାଧ୍ୟମରେ ଲୋକସେବା ଭବନରେ ପ୍ରବେଶ ପାଇଁ ଅନୁମତି ନେଇପାରିବେ । ସାଧାରଣ ଲୋକଙ୍କ ସହ ସାମ୍ବାଦିକ ମାନଙ୍କୁ ମଧ୍ୟ ପ୍ରବେଶ ପାଇଁ ଅନୁମତି ମିଳିଛି । କେବଳ ସ୍ବୀକ୍ରୁତିପ୍ରାପ୍ତ ସାମ୍ବାଦିକଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି । ଏହାସହ ଲୋକସେବା ଭବନର ଅଭ୍ୟର୍ଥନା ମଧ୍ୟ ଖୋଲିବ ।
