ଯୁଜଭେନ୍ଦ୍ର ଚହଲ ଜଣେ ମହାନ ସ୍ପିନର : ସାମସନ

ମୁମ୍ବାଇ ୧୨।୦୪ : (ସଂକେତ ଟିଭି) ରାଜସ୍ଥାନ ରୟାଲ୍ସ ଫ୍ରାଞ୍ଚାଇଜର ଅଧିନାୟକ ସଞ୍ଜୁ ସାମସନ କହିଛନ୍ତି ଯେ ଲେଗ ସ୍ପିନର ସଞ୍ଜୁ ସାମସନ ବାସ୍ତବିକ ଜଣେ ଶ୍ରେଷ୍ଠ ସ୍ପିନର । ଭାରତୀୟ କ୍ରିକେଟ ପାଇଁ ତାଙ୍କର ସବୁବେଳେ ମହତ ଅବଦାନ ରହିଥିବା ବେଳେ ଆଇପିଏଲରେ ମଧ୍ୟ ତାଙ୍କର ପ୍ରଦର୍ଶନ ଅତି ଉଚ୍ଚକୋଟୀର ସାବ୍ୟସ୍ତ ହୋଇଛି । ପୂର୍ବରୁ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଫ୍ରାଞ୍ଚାଇଜ ପାଇଁ ଭଲ ପ୍ରଦର୍ଶନ କରି ନିଜ ଦକ୍ଷତାର ପରିଚୟ ଦେଇଥିବା ବେଳେ ବର୍ତ୍ତମାନ ରାଜସ୍ଥାନ ରୟାଲ୍ସ ପାଇଁ ଅନୁରୂପ ଅବଦାନ ଦେଇ ଆସୁଛନ୍ତି ।

ରବିବାର ଦିନ ଅନୁଷ୍ଠିତ ଆଇପିଏଲ ମ୍ୟାଚରେ ଚହଲ ୪୧ ରନ ଦେଇ ୪ ୱିକେଟ ଅକ୍ତିଆର କରିବା ଫଳରେ ରାଜସ୍ଥାନ ରୟାଲ୍ସ ୩ ରନରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ପରାସ୍ତ କରି ଏକ ରୋମାଞ୍ଚକର ବିଜୟ ହାସଲ କରିଥିଲା ।ସୟଦ ମୁସ୍ତାକ ଅଲି ଟ୍ରଫିରେ ତାଙ୍କର ପ୍ରଦର୍ଶନ ଦେଖିଥିଲି । ଚଳିତ ଆଇପିଏଲରେ ମଧ୍ୟ ସେହି ସଫଳତା ଦୋହରାଇ ଚାଲିଛନ୍ତି । ଏହି ମ୍ୟାଚରେ ଆମେ ୧୬୬ ରନ କରିଥିବା ବେଳେ ଲକ୍ଷ୍ନୌ ପଛରେ ବ୍ୟାଟିଂ କରି ବିଜୟ ନିକଟବର୍ତ୍ତୀ ହୋଇ ଥିଲା ।

ମାତ୍ର ଚହଲଙ୍କର ୪ ଓଭର ମ୍ୟାଚର ଗତି ଧାରା ବଦଳାଇ ଦେଇଥିଲା । ଫଳରେ ଆମେ ତୃତୀୟ ବିଜୟ ସହିତ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ପହଂଚି ପାରିଛୁ ବୋଲି ସାମସନ କହିଛନ୍ତି ।