ଶାହିଦ କପୁରଙ୍କ ଫିଲ୍ମ “ଜର୍ସି’ର ବଦଳିଲା ରିଲିଜ୍ ଡେଟ

ମୁମ୍ବାଇ ୧୨।୦୪ : (ସଂକେତ ଟିଭି) ଶାହିଦ କପୁରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର “ଜର୍ସି’ର ରିଲିଜ୍ ତାରିଖ ବୃଦ୍ଧି କରିବାକୁ ନିର୍ମାତାମାନେ ନିଷ୍ପତ୍ତ ନେଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଚଳଚ୍ଚିତ୍ରଟି ୧୪ ଏପ୍ରିଲରେ ରିଲିଜ ହେବାର ଥିଲା କିନ୍ତୁ ବର୍ତ୍ତମାନ ଏହି ଫିଲ ୨୨ ଏପ୍ରିଲରେ ପ୍ରେକ୍ଷାଳୟକୁ ଆସିବ । ଚଳଚିତ୍ରର ସମାଲୋଚକ ତାରନ ଆଦର୍ଶ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି । ସେ ଫିଲ୍ମର ରିଲିଜ୍‌ ତାରିଖ ସହିତ କ୍ଯାପସନରେ ଲେଖିଛନ୍ତି , ନିର୍ମାତାମାନେ ଏହି ନିଷ୍ପତ୍ତି ନେଇଛନ୍ତି ।

ଖବର ଅନୁଯାୟୀ ବକ୍ସ ଅଫିସରେ କଲେକ୍ସନ ପାଇଁ ଫିଲ୍ମର ର୍ନିମାତାମାନେ ଏହି ସବୁ କରୁଛନ୍ତି । ସୂଚନା ଅନୁଯାୟୀ କହିବାକୁ ଗଲେ, ଥାଲାପାଥି ବିଜୟଙ୍କ “ବିଷ୍ଟ’ ଏପ୍ରିଲ ୧୩ ରେ ଏବଂ ୟଶଙ୍କ ଫିଲ୍ମ “କେଜିଏଫ ପାର୍ଟ -୨’ ଏପ୍ରିଲ ୧୪ ରେ ରିଲିଜ ହେଉଛି । ଏହି ଦୁଇଟି ଚଳଚ୍ଚିତ୍ର ଜର୍ସି ସହିତ ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଥିଲା । କିନ୍ତୁ ନିକଟରେ ବକ୍ସ ଅଫିସରେ ଫିଲ୍ମର କଲେକସନକୁ ନେଇ ଉପରେ ଶାହିଦଙ୍କୁ ପ୍ରଶ୍ନ କରାଯାଇଥିଲା । ସେ କହିଥିଲେ, “ପ୍ରକୃତ କଥା ହେଉଛି ଆମେ ଆମର ଚଳଚ୍ଚିତ୍ର ରିଲିଜ କରୁଛୁ । ଏହାର ଅର୍ଥ ଆମର ଚଳଚ୍ଚିତ୍ର ରିଲିଜ୍ କରିବା ପାଇଁ ଏହା ଏକ ଭଲ ସମୟ ବୋଲି ଆମେ ଅନୁଭବ କରୁଛୁ ।

ଫିଲ୍ମ ଜର୍ସି ପାଇଁ ପ୍ରଶଂସକମାନେ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଛନ୍ତି । ଶାହିଦ ଏହି ଫିଲ୍ମରେ କ୍ରିକେଟର ଭୂମିକାରେ ଅଭିନୟ କରୁଛନ୍ତି । ମୃଣାଳ ତାଙ୍କ ପତ୍ନୀ ଭୂମିକାରେ ନଜର ଆସିବେ ।