ମୁମ୍ବାଇ ଇଣ୍ଡିୟାନ୍ସ ଏକ ପରିବର୍ତ୍ତନ ପର୍ଯ୍ୟାୟ ଦେଇ ଗତି କରୁଛି: ବୁମରା

ମୁମ୍ବାଇ ୧୩।୦୪ : (ସଂକେତ ଟିଭି) ଭାରତୀୟ କ୍ରିକେଟ ଦଳର ପ୍ରମୁଖ ପେସ୍ ବୋଲର ଯଶପ୍ରୀତ ବୁମରା କହିଛନ୍ତି ଯେ ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଏକ ବଡ ପରିବର୍ତ୍ତନ ପର୍ଯ୍ୟାୟ ଦେଇ ଗତି କରୁଛି । କାରଣ ପୂର୍ବରୁ ଦଳରେ ଥିବା ପୁରୁଣା ଖେଳାଳିମାନେ ଚଳିତ ବର୍ଷ ପରିବର୍ତ୍ତନ ହେବା ପରେ ସମ୍ପୂର୍ଣ୍ଣ ଭାବେ ସଂଗଠିତ ହୋଇ ଲଢ଼େଇ କରି ପାରିବେ । କାରଣ ଆଇପିଏଲ ପରି କଡା ମୁକାବିଲା କୂଳକ ପ୍ରତିଯୋଗିତାରେ ଲଢ଼େଇ କରିବା ପାଇଁ ସ୍ୱତନ୍ତ୍ର ପସ୍ତୁତି ଓ ମାନସିକତା ଦରକାର ।

ଦଳର ନବାଗତ ଖେଳାଳି ମାନେ ମ୍ୟାଚ ଜିତିବାର ଗୁରୁତ୍ୱ ଅନୁଭବ କରିବାକୁ ପଡିବ । ଅବଶ୍ୟ ଏଥିପାଇଁ ସମୟର ଆବଶ୍ୟକତା ରହିଛି । ଆମେ ପ୍ରଥମ ୪ ମ୍ୟାଚରେ ହାର ମାନି ସାରିଛୁ । ପରବର୍ତ୍ତୀ ସମସ୍ତ ମ୍ୟାଚ ଆମ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ । ତେଣୁ ଦଳର ସମସ୍ତ ଖେଳାଳିଙ୍କ ମିଳିତ ଅବଦାନରେ ଦଳ ପୁଣି ବିଜୟ ଧାରାକୁ ଫେରିବ ବୋଲି ଦୃଢ଼ ଆଶା ଓ ବିଶ୍ୱାସ । କାରଣ ଥରେ ବିଜୟ ହାସଲ କରିବା ପରେ ଭିନ୍ନ ଆତ୍ମ ବିଶ୍ୱାସ ସୃଷ୍ଟି ହୋଇଥାଏ । ତେଣୁ ଆମେ ସେହି ପଥ ଦେଇ ଗତି କରିବାକୁ ପଡିବ । ମ୍ୟାଚ ଜିତିବା ପାଇଁ ସମସ୍ତ ଦିଗରେ ଶ୍ରେଷ୍ଠତ୍ୱ ପ୍ରତିାଦନ କରିବା ଆବଶ୍ୟକତା ରହିଛି ବୋଲି ବୁମରା କହିଛନ୍ତି ।