କୁଏତ ପରେ କାତାରରେ ବ୍ୟାନ୍ ହେଲା ‘ବିଷ୍ଟ’

ମୁମ୍ବାଇ ୧୩।୦୪ : (ସଂକେତ ଟିଭି)ସାଉଥ୍ ସୁରଷ୍ଟାର ଥଲାପତି ବିଜୟଙ୍କ ଆଗାମୀ ଫିଲ୍ମ ‘ବିଷ୍ଟ’ର ଟ୍ରେଲର ୟୁଟ୍ୟୁବରେ ଧମାଲ୍‌ କରୁଛି । ପ୍ରଶଂସକ ଉତ୍ସାହର ସହିତ ଏହି ଫିଲ୍ମକୁ ଅପେକ୍ଷା କରି ରହିଛନ୍ତି । ଏପ୍ରିଲ୍ ୧୩ ରେ ସମସ୍ତ ପ୍ରେକ୍ଷାଳୟରେ ରିଲିଜ୍ ହେଉଥିବା ଫିଲ୍ମ ‘ବିଷ୍ଟ’କୁ ବଡ ଝଟ୍‌କା ଲାଗିଛି । ଫିଲ୍ମର ଷ୍ଟୋରିକୁ ନେଇ ଇସଲାମ ଦେଶ କୁଏତ ପୂର୍ବରୁ ଏହାକୁ ବ୍ୟାନ୍ କରିସାରିଛି । ଏବେ ବିଜୟଙ୍କ ଫିଲ୍ମକୁ ଅନ୍ୟ ଦେଶରେ ବି ବ୍ୟାନ୍ କରାଯାଇଛି ।

ସୂଚନା ଅନୁଯାୟୀ, ଫିଲ୍ମରେ ଦେଖାଯାଇଥିବା ଆତଙ୍କବାଦୀ ଆଙ୍ଗେଲକୁ ନେଇ ଅନେକ ଦେଶ ଅସନ୍ତୁଷ୍ଟ । ଏହି କାରଣରୁ ପ୍ରଥମେ କୁଏତ ଏବଂ ବର୍ତ୍ତମାନ କାତାର ମଧ୍ୟ ଫିଲ୍ମ ‘ବିଷ୍ଟ’ ରିଲିଜ ଉପରେ ବ୍ୟାନ୍ ଲଗାଇଛି । କେବଳ ଏତିକି ନୁହେଁ ଆମ ପଡୋଶୀ ଦେଶ ପାକିସ୍ତାନ ମଧ୍ୟ ଏହି ଫିଲ୍ମରେ ଖୁସି ନାହିଁ । ବାଣିଜ୍ୟ ବିଶେଷଜ୍ଞ ମନୋବାଲା ବିଜୟବାଲାନ ଟ୍ୱିଟ କରି କାତାରରେ ଏହି ଫିଲ୍ମ ଉପରେ ନିଷେଧାଦେଶ ସମ୍ପର୍କରେ ସୂଚନା ଦେଇଛନ୍ତି ।

ମନୋବାଲା ଲେଖିଛନ୍ତି, ‘କାତାର ସରକାର ବିଜୟଙ୍କ ଫିଲ୍ମ’ ବିଷ୍ଟ’କୁ ନିଷିଦ୍ଧ କରିଛନ୍ତି । ଅନ୍ୟପକ୍ଷରେ ଏହି ଫିଲ୍ମକୁ ଭାରତରେ ଅପେକ୍ଷା କରାଯାଇଛି । ଟିକେଟ୍ ଆଡଭାନ୍ସ ବୁକିଂ ପାଇଁ ଅନଲାଇନରେ ମାରପିଟ୍ ଚାଲିଛି । ବିଜୟଙ୍କ ‘ବିଷ୍ଟ’ ବକ୍ସ ଅଫିସରେ ସୁପରଷ୍ଟାର ୟଶଙ୍କ କେଜିଏଫ ୨ ଏବଂ ସାହିଦ କପୁରଙ୍କ ‘ଜର୍ସି’ ସହିତ ଟକ୍କର ଦେବାକୁ ଯାଉଛି ।