ଚୀନରେ କରୋନା ସ୍ଥିତି ଭୟାବହ, ଭାରତକୁ ଫେରିପାରେ ମହାମାରୀ

ନୂଆଦିଲ୍ଲୀ ୧୪।୦୪ : (ସଂକେତ ଟିଭି)କରୋନାର ନୂତନ ଭାରିଆଣ୍ଟର ପ୍ରକୋପ ଦେଖି ଲୋକେ ତଥା ବିଷେଷଜ୍ଞ ଏବେଠୁ ଚତୁର୍ଥ ଲହର ନେଇ ଆକଳନ କଲେଣି । କରୋନାର ନୂତନ ଭାରିଆଣ୍ଟ ମଧ୍ୟ ଭାରତର ୨ଟି ରାଜ୍ୟରେ ପାଦ ଥାପିଲାଣି । ଏହି ଭାରିଆଣ୍ଟରୁ ରକ୍ଷା ପାଇବାକୁ ଭାରତରେ ଅନେକ ପଦକ୍ଷେପ ମାନ ନେବା ଆରମ୍ଭ ହୋଇଗଲାଣି । ସାରା ବିଶ୍ବରେ ଅନେକ ଦେଶରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଲାଣି । ଯେଉଁଥିପାଇଁ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢିବାରେ ଲାଗିଛି ।

କରୋନାର ଉତ୍ପତ୍ତି ସ୍ଥଳ ବୋଲାଉଥିବା ଚୀନରେ ଅବସ୍ଥା ସାଂଘାତିକ ହେବାରେ ଲାଗିଛି । ଯଦି ଏବେ ଚୀନ୍‌ କଥା ଦେଖିବା ତେବେ ସେଠାରେ ସ୍ଥିତି ଅତି ଦୟନୀୟ ହୋଇପଡିଛି । ରିପୋର୍ଟ ଅନୁଯାୟୀ, ଚାଇନାରେ କରୋନା ମାମଲାରେ କ୍ରମାଗତ ବୃଦ୍ଧି ହେତୁ ଦୁନିଆର ଲକଡାଉନକୁ କଡାକଡି କରାଯାଇଛି । ଲଗାତାର ଚାଇନାରୁ ଭିଡିଓ ସାମ୍ନାକୁ ଆସୁଛି ଯେଉଁଠି ଲୋକ ଖାଇବା ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ଡହଳବିକଳ ହେଉଛନ୍ତି ।

ଗତ ମଙ୍ଗଳବାର ଅର୍ଥାତ୍ ଏପ୍ରିଲ୍ ୫ ରୁ ସହରରେ ପୂରା ଲାତାବନ୍ଦ କରାଯାଇଛି । କୋଭିଡ ଗାଇଡଲାଇନ କଡାକଡି ସତ୍ତ୍ୱେ ଲୋକଙ୍କୁ ଆବଶ୍ୟକୀୟ ଜିନିଷ ଟିକିଏ ପାଇଁ ଅନେକ ସଂଘର୍ଷ କରିବାକୁ ପଡୁଛି । ଏହି କହିବା ଭୁଲ ହେବନି ସେଠାରେ ଲୋକଙ୍କୁ ଖାଇବାକୁ ମୁଠେ ମିଳୁନି । ସାଂଘାଇ. ଚାଂଗଝୋ, ଜିଆଂଗସୁ ଅଞ୍ଚଳରେ ଏମିତି କିଛି ଭିଡିଓ ସାମ୍ନାକୁ ଆସିଛି । ଯେଉଁଠି ଲୋକଙ୍କୁ ନିତି ବ୍ୟବାହର କରୁଥିବା ଜିନିଷି ସବୁ ଆଣିବାକୁ ଧାଡିରେ ଛିଡାହେବାକୁ ପଡୁଛି । ପରିସ୍ଥିତି ଏପରି ହୋଇଛି ଲୋକେ ବ୍ୟାରିକେଡ ଭାଙ୍ଗିବାକୁ ପଛାଉନାହାଁନ୍ତି । ଟ୍ୱିଟରରେ ଭାଇରାଲ ହେଉଛି ଏହି ଭିଡିଓ । ଚୀନର ସବୁଠୁ ବଡ ସହର ସାଂଘାଇରେ କୋଭିଡ ଲକଡାଉନ ସମୟରେ ଖାଦ୍ୟ ପାଇଁ ଦଙ୍ଗା ପରିସ୍ଥିତି ହୋଇଛି ।

ଅନ୍ୟ କିଛି ଭିଡିଓ ସେୟାର ହୋଇଛି ଯେଉଂଥିରେ ମେଡିକାଲ ସେଣ୍ଟର ଏବଂ ସୁ ରାମାର୍କେଟ ନିକଟରେ ଲୁଟପାଟ୍ ହେଉଛି । ଏପଟେ ଭାରତରେ ବି ସ୍ଥିତି ଚିନ୍ତାଜନକ ହେଲାଣି । କାରଣ ଦୁଇଟି ରାଜ୍ୟରେ ପାଦ ଥାପିଲାଣି ମହାମାରୀର ନୂଆ ଭାରିଆଣ୍ଟ । ଦୁଇଟି ମାମଲା ଚିହ୍ନଟ ପରେ ସ୍‌ୱାସ୍ଥ୍ୟ ବିଭାଗ ପକ୍ଷରୁ ତପ୍ତରତା ଦେଖାଦେଲାଣି । କେହି କେହି କହିଲେଣି ଆସିପାରେ ଚତୁର୍ଥ ଲହର ।