ବିଶ୍ୱର ସବୁଠୁ ଦାମୀ ଜେଲ୍‌

ନୂଆଦିଲ୍ଲୀ ୧୪।୦୪ : (ସଂକେତ ଟିଭି) କଏଦୀମାନଙ୍କୁ ରଖିବାକୁ ତିଆରି ହୋଇଛି ଅନେକ ଜେଲ୍ । ହେଲେ କେତେକ ଜେଲଗୁଡିକ ମଧ୍ୟରେ ରହିଛି ଏକ ଭୟଙ୍କର ଜେଲ୍ । ଯାହାର ନାଁ ଗ୍ୱାନ୍ତାନାମୋ ବେ । ଜେଲ୍‌ଟି ରହିଛି କ୍ୟୁବାରେ । ଏହି କାରାଗାର ସବୁଠୁ ମହଙ୍ଗା । ଏମିତିରେ ତ କଏଦୀମାନଙ୍କ ପାଇଁ ଖର୍ଚ୍ଚ ହୁଏ ଅନେକ ଟଙ୍କା । କିନ୍ତୁ ଏଠି କଏଦୀ ପାଇଁ ଖର୍ଚ୍ଚ ହୁଏ କୋଟି କୋଟି ଟଙ୍କା ।

ତେବେ ଏହି ଜେଲରେ ରୁହନ୍ତି ଦୁର୍ଦ୍ଦାନ୍ତ ଆତଙ୍କବାଦୀ । ଏହି କାରାଗାର ଦୁନିଆର ସବୁଠୁ ଦାମୀ ଜେଲ୍ ଗୁଡ଼ିକ ଭିତରେ ଅନ୍ତର୍ଭୁକ୍ତ । ଆମେରିକାରେ ୨୦୦୧ ସେପ୍ଟେମ୍ବର ୧୧ରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ । ଏହାପରେ ଆରମ୍ଭ ହୋଇଥିଲା ଗ୍ୱାନ୍ତାନାମୋ ବେ ଜେଲ୍ । ଏହା ଦୁନିଆର ସବୁଠାରୁ ବିଜ୍ଜନକ କାରାଗାର । ଅନେକ ଲୋକ
ଗ୍ୱାନ୍ତନାମୋ ବେ ଜେଲକୁ ପୃଥିବୀର ନର୍କ ବୋଲି ବି କୁହନ୍ତି । ଗ୍ୱାନ୍ତାନାମୋ ବେ ଜେଲ୍ ଖୁବ୍ ବିଜ୍ଜନକ ଓ ମହଙ୍ଗା । ଯେଉଁଠି ଜଣେ କଏଦୀଙ୍କ ପଛରେ ଖର୍ଚ୍ଚ ହୁଏ ପାଖାପାଖି ୯୩ କୋଟି ଟଙ୍କା । ଖାସ୍ କରି ଦୁନିଆର ଦୁର୍ଦ୍ଦାନ୍ତ ଆତଙ୍କବାଦୀ ପାଇଁ ଏହି ଜେଲ୍ ।

କିଛିଦିନ ପୂର୍ବରୁ ସାଉଦି ଆରବର ଜଣେ କଏଦୀଙ୍କୁ ଏହି ଜେଲରେ ରଖାଯାଇଥିଲା । ଯିଏକି ଅହମ୍ମଦ ଅଲ-କହତାନୀ । ସେ ୯/୧୧ ଅପହରଣରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା । ଏହି କାରାଗାରକୁ ଦୁନିଆର ସବୁଠାରୁ ବିବାଦୀୟ ଜେଲ ଭାବେ ବି ବିବେଚନା କରାଯାଏ । ଅନେକ ଥର ଏହାର ବନ୍ଦ ପାଇଁ ମଧ୍ୟ ଦାବି କରାଯାଇଛି । କ୍ୟୁବାରେ ଅବସ୍ଥିତ ଏହି କାରାଗାର ଦିନେ ଆମେରିକାର ନୌସେନା ଥିଲେ । କିନ୍ତୁ ୨୦୦୨ ମସିହାରେ ଏହାକୁ ଏକ ହାଇ-ଟେକ୍ ଜେଲ୍ କରାଯାଇଥିଲା । ଆମେରିକାର ପୂର୍ବତନ ରାଷ୍ଟ୍ରତି ବାରାକ ଓବାମା ତାଙ୍କ କାର୍ଯ୍ୟକାଳରେ ଏହାକୁ ବନ୍ଦ୍ କରିବାକୁ କହିଥିବାବେଳେ ଡୋନାଲ୍ଡ ଟ୍ରମ୍ପ କିନ୍ତୁ ଜେଲ୍ ଚାଲୁ ରଖିବାକୁ ନିଷ୍ପତ୍ତି ନେଇଥିଲେ । ପରେ ୨୦୨୧ ଏପ୍ରିଲ୍ ମାସରେ କାରଗାରର ଏକ ୟୁନିଟକୁ ବନ୍ଦ୍‌ କରିଦିଆଯାଇଥିଲା ।