ମହମ୍ମଦ ଶାମୀଙ୍କୁ ଗାଳି ଦେଲେ ହାର୍ଦ୍ଦିକ ପାଣ୍ତ୍ୟା

ମୁମ୍ବାଇ ୧୪।୦୪ : (ସଂକେତ ଟିଭି) ଗୁଜରାଟ ଟାଇଟନ୍ସ ଆଇପିଏଲ୍ ୨୦୨୨ରେ ପ୍ରଥମ ପରାଜୟର ସମ୍ମୁଖୀନ ହୋଇଛି । ସୋମବାର ଖେଳାଯାଇଥିବା ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଏକତରଫା ଭାବେ ମ୍ୟାଚକୁ ୮ ଉଇକେଟରେ ଜିତି ନେଇଥିଲା । ତେବେ ହାଇଦ୍ରାବାଦର ବ୍ୟାଟିଂ ସମୟରେ ହାର୍ଦ୍ଦିକ ଖରାପ ଫିଲ୍ଡିଂ ପାଇଁ ମହମ୍ମଦ ଶାମୀଙ୍କ ଉପରେ ଖପ୍ପା ହୋଇଥିଲେ । ଏହାର ଏକ ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି ।

ଭିଡିଓକୁ ଦେଖି କ୍ରିକେଟ ପ୍ରଶଂସକ ହାର୍ଦ୍ଦିକଙ୍କୁ ସମାଲୋଚନା କରୁଛନ୍ତି । କିଛି ନିଜ ଖେଳାଳିମାନଙ୍କୁ ଏଭଳି ଗାଳି ଦେବା ଠିକ୍ ନୁହେଁ ବୋଲି କହୁଥିବା ବେଳେ କିଛି ହାର୍ଦ୍ଦିକ ଭେଟରାନ କ୍ରିକେଟର ନୁହନ୍ତି, ଗୋଟିଏ ଭୁଲ ଯୋଗୁ ସେ ଗୁଜରାଟର ଅଧିନାୟକ ହୋଇଛନ୍ତି । ଏଣୁ ନିଜଠାରୁ ବଡ଼ ତଥା ଦଳର ବରିଷ୍ଠ ଖେଳାଳିଙ୍କୁ ସମ୍ମାନ ଦିଅନ୍ତୁ ବୋଲି କହୁଥିବା ଦେଖାଯାଇଛି ।

କହିରଖୁଛୁ, ମ୍ୟାଚରେ ଗୁଜରାଟ ଟିମ୍ ପ୍ରଥମେ ବ୍ୟାଟିଂ କରି ୧୬୨ ରନ୍ ସ୍କୋର କରିଥିଲେ । ହେଲେ ହାଇଦ୍ରାବାଦ ବହୁତ ସହଜରେ ଏହି ବିଜୟ ଲକ୍ଷ୍ୟକୁ ହାସଲ କରିନେଇଥିଲା । ପୂର୍ବରୁ ଗୁଜରାଟ ଲଗାତାର ତିନି ମ୍ୟାଚ୍ ଜିତିଥିବା ଯୋଗୁ ଏହା ଦଳର ପ୍ରଥମ ପରାଜୟ ହୋଇଛି ।