ଆସିଗଲା ଅଚ୍ଛେ ଦିନ୍ : ଭାରତରେ ବ୍ୟବସାୟ ସମାପ୍ତ କରିବ ଏସିସି ଓ ଅମ୍ବୁଜା ସିମେଣ୍ଟ କମ୍ପାନୀ

ନୂଆଦିଲ୍ଲୀ ୧୪।୦୪ : (ସଂକେତ ଟିଭି) ଭାରତ ନିଜ ବ୍ଯବସାୟ ସମାପ୍ତ କରିବ ବିଶ୍ୱର ସର୍ବ ବୃହତ୍ତ ସିମେଣ୍ଟ କମ୍ପାନୀ ‘ହୋଲିସିମ ଗ୍ରୁପ’। ହୋଲିସିମ୍ ଏବେ ତାର ଦୁଇ ପ୍ରମୁଖ ବ୍ରାଣ୍ଡ ଅମ୍ବୁଜା ସିମେଣ୍ଟ ଓ ଏସିସିକୁ ସେଲ୍‌ରେ ରଖିଛି। କମ୍ପାନୀ ତାର ଭାରତୀୟ କାରବାର ବିକ୍ରି କରିବା ପାଇଁ ଜେଏସଡବ୍ଲୁ ଓ ଆଡାନୀ ସମୂହଙ୍କ ସମେତ ଅନ୍ୟ କମ୍ପାନୀମାନଙ୍କ ସହ କଥାବାର୍ତ୍ତା ଚଳାଇଛନ୍ତି।

ଭାରତୀୟ ସିମେଣ୍ଟ ବଜାରରେ ଆଦିତ୍ୟ ବିରଳା ସମୂହଙ୍କ ଅଲ୍ଟ୍ରାଟେକ୍ ସବୁଠୁ ବଡ଼ କମ୍ପାନୀ। ଅଲ୍ଟ୍ରାଟେକ୍‌ର ବାର୍ଷିକ ଉତ୍ପାଦନ କ୍ଷମତା ୧୧୭ ମିଲିୟନ ଟନ। ଏଥିରେ ହୋଲି ସିମଙ୍କ ଦୁଇ ସୂଚୀଭୁକ୍ତ କମ୍ପାନୀ ଅମ୍ବୁଜା ଓ ଏସିସି ସିମେଣ୍ଟଙ୍କ ମିଳିତ ଉତ୍ପାଦନ କ୍ଷମତା ବାର୍ଷିକ୬୬ ମିଲିୟନ ଟନ। ଏବେ ଯେଉଁ ବି କମ୍ପାନୀ ହୋଲିସିମଙ୍କ ଦୁଇ ସିମେଣ୍ଟ କମ୍ପାନୀଙ୍କୁ କିଣିବ ଥରକରେ ଭାରତର ଦୁଇ ନମ୍ବର କମ୍ପାନୀରେ ପରିଣତ ହେବ। ଖାସ ଏହି କାରଣରୁ ଏବେ ଗ୍ଲୋବାଲ ସିମେଣ୍ଟ କମ୍ପାନୀ ଯେଉଁମାନେ ଭାରତରେ କାରବାର ଲାଗି ଆଗ୍ରହୀ ସେମାନଙ୍କ ସହ ମଧ୍ୟ ହୋଲିସିମ ସମ୍ପର୍କରେ ଥିବା ଜଣାପଡିଛି।