‘ଧାକଡ଼’ରେ ଦେଖିବାକୁ ମିଳିବ କଙ୍ଗନାଙ୍କ ଆକ୍ସନ

ମୁମ୍ବାଇ ୧୪।୦୪ : (ସଂକେତ ଟିଭି) ଆଗକୁ ଆସୁଛି କଙ୍ଗନା ରଣାୱତଙ୍କ ‘ଧାକଡ଼’ ଚଳଚ୍ଚିତ୍ର । ସେ ଏଥିରେ ଦମ୍‌ଦାର ଡାଏଲଗ୍ କହିବା ସହ ଆକ୍ସନ୍ କରୁଥିବାର ନଜର ଆସୁଛନ୍ତି । ଏହାର ଫିଲ୍ମର ଟିଜର ରିଲିଜ୍‌ ହୋଇଛି । ଆଉ ଏଥିରେ ଦେଖିବାକୁ ମିଳିଛି କଙ୍ଗନାଙ୍କ ଜବରଦସ୍ତ ଡାଇଲଗ୍‌ ଓ ନୂଆ ଲୁକ୍ । ପୂରାପୁରି ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତ । ସେ ସାଜିଛନ୍ତି ଏଜେଣ୍ଟ ଅଗ୍ନି ।

ଏକ ମିନିଟ୍‌ର ଏହି ଟିଜରରେ କଙ୍ଗନା ବେଶ ବଦଳାଇବାରେ ମାହିର ହେବା ସହ ଶତ୍ରୁକୁ କିଭଳି ଚିତ୍ କରିବେ ସେଥିରେ ମଧ୍ୟ ପୂରା ପାରଙ୍ଗମ ଥିବା ଦେଖିବାକୁ ମିଳିଛି । ହାତରେ ରାଇଫଲ ଧରି ଶତ୍ରୁକୁ ଆଟାକ୍ କରୁଛନ୍ତି କଙ୍ଗନା । କେବଳ ରାଇଫଲ ନୁହେଁ ଖଣ୍ଡା ଆଉ ମାର୍ଶଲ ଆର୍ଟରେ ମଧ୍ୟ ଦେଉଛନ୍ତି ମୁହଁତୋଡ ଜବାବ । ଦେଖାଇଛନ୍ତି ନିଜ ହାଇ ସ୍ପିଡ୍ ଆକ୍ସନ । ଏହି ଟିଜରକୁ କଙ୍ଗନା ନିଜେ ତାଙ୍କ ସୋଶାଲ ମିଡିଆରେ ଆକଉଣ୍ଟରେ ଶେଆର କରିଛନ୍ତି । ଏହାକୁ ଶେଆର କରି କ୍ୟାପସନରେ ଲେଖିଛନ୍ତି, ‘ଆକ୍ସନ, ଷ୍ଟାଇଲ୍‌, ଥ୍ରୀଲ, ଅଲ୍‌ ଇନ୍ ୱାନ୍‌, ଏଜେଣ୍ଟ ଅଗ୍ନି ଏଠି ଅଛି ।’

ରିପୋର୍ଟ ମୁତାବକ, ଏହି ଫିଲ୍ମରେ କଙ୍ଗନାଙ୍କୁ ୭ଟି ଭିନ୍ନ ଲୁକ୍‌ରେ ଦେଖିବାକୁ ମିଳିବ । ଧାକ୍‌ଡ୍‌ରେ ଲିଡ ରୋଲ୍‌ରେ କଙ୍ଗନା ଥିବାବେଳେ ତାଙ୍କ ଅପୋଜିଟ୍‌ରେ ଅଛନ୍ତି ଅର୍ଜୁନ ରାମପାଲ । ଅନ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି ଦିବ୍ୟା ଦତ୍ତା ଓ ରାଶ୍ୱତ ଚାଟାର୍ଜୀ । ଆସନ୍ତା ମେ’ ୨୦ ତାରିଖରେ ଫିଲ୍ମଟି ପରଦାକୁ ଆସିବ ।