ଚେନ୍ନାଇ ସୁପର କିଙ୍ଗସ ପାଇଁ ଓପନିଂ କରନ୍ତୁ ଧୋନୀ

ମୁମ୍ବାଇ ୧୪।୦୪ : (ସଂକେତ ଟିଭି) ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ବ୍ୟାଟିଂ ଅର୍ଡରକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ପ୍ରଥମ ମ୍ୟାଚରେ ଅର୍ଦ୍ଧଶତକ ଲଗାଇଥିବା ଧୋନୀ ଅନ୍ୟ ସବୁ ମ୍ୟାଚେର ବିଫଳ ହୋଇଛନ୍ତି । ଭାରତୀୟ ଦଳର ପୂର୍ବତନ କ୍ରିକେଟର ପାର୍ଥିବ ପଟେଲ ଏମଏସ ଧୋନୀଙ୍କ ପୋଜିସନ ଉପରେ ବଡ ଟ୍ୱିଟ୍ କରିଛନ୍ତି ।

ପାର୍ଥିବ ପଟେଲ କହିଛନ୍ତି ଯେ, ଧୋନୀ ଟେକନିକାଲି ଓପନିଂ ପାଇଁ ଅଧିକ ପ୍ରଭାବି ନହେଲେ ବି ସେ କଠିନ ପରିସ୍ଥିତିରେ ଦଳର ୱିକେଟ୍ ରକ୍ଷା କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥାନ୍ତି । ପରେ ସେ ରନ୍ ରେଟ୍ ବଢାଇପାରିବେ । ସିଏସକେ ଧୋନୀଙ୍କୁ ଓପନିଂ ପଠାଇବା ଦରକାର । ଏହାଠୁ ଭଲ ବିକଳ୍ପ ସିଏସକେ ପାଇଁ ଆଉ କିଛି ନହୋଇପାରେ । ତେବେ ଆଇପିଏଲ ଇତିହାସରେ ଧୋନୀ କେବେ ହେଲେ ଓପନିଂ କରିନାହାଁନ୍ତି । ଅନ୍ତର୍ଜାତୀୟ କ୍ୟାରିଅରରେ ମଧ୍ୟ ସେ ଖୁବ୍ ଥର ଓପନିଂ କରିଥିଲେ । ଦିନିକିଆରେ ସେ ଦୁଇଟି ମ୍ୟାଚରେ ଓପନିଂ କରିଛନ୍ତି । ଏହାମଧ୍ୟରୁ ଗୋଟିଏ ମ୍ୟାଚରେ ସେ ୯୬ ରନ୍ କରିଥିଲେ ।

ସୂଚନାଯୋଗ୍ୟ, ଆଇପିଏଲ ୨୦୨୨ରେ ଏବେସୁଦ୍ଧା ଧୋନୀ ୪ଟି ମ୍ୟାଚ୍ ଖେଳିଛନ୍ତି । ଏହି ୪ ମ୍ୟାଚରେ ସେ ଯଥାକ୍ରମେ ୫୦,୧୬,୨୩ ଓ ୩ ରନ୍ କରିଥିଲେ ।