ସଚିନଙ୍କ ପାଦ ଛୁଇଁଲେ ପଞ୍ଜାବର କୋଚ୍‌

ମୁମ୍ବାଇ ୧୫।୦୪ : (ସଂକେତ ଟିଭି) ଇଣ୍ଡିଆନ୍ ପ୍ରିମିୟର ଲିଗରେ ବୁଧବାର ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗସ୍ ଭିତରେ ଏକ ଜବରଦସ୍ତ ମ୍ୟାଚ୍‌ ଦେଖିବାକୁ ମିଳିଥିଲା । ଯେଉଁଥିରେ ମୁମ୍ବାଇକୁ ମାତ୍ ଦେଇ ପଞ୍ଜାବ କିଙ୍ଗସ୍ ବିଜୟ ହାସଲ କରିଥିବାବେଳେ, ଲଗାତାର ୫ମ ପରାଜୟ ଭୋଗିଥିଲା ରୋହିତ ବାହିନୀ । ତେବେ ମ୍ୟାଚ୍ ପରେ ପଡିଆ ଭିତରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହାକି ସୋସିଆଲ୍‌ ମିଡିଆରେ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ପଞ୍ଜାବ କିଙ୍ଗସର ଫିଲ୍ଡିଂ କୋଚ୍ ଜଣ୍ଟି ରୋଡସ୍ ମ୍ୟାଚ୍ ପରେ ମୁମ୍ବାଇ ଇଣ୍ଡିଆନ୍ସ ମେଂଟର ସଚିନ୍ ତେନ୍ଦୁଲକରଙ୍କୁ ଭେଟିଥିଲେ । ଆଉ ଏହି ସମୟରେ ସେ ତାଙ୍କ ପାଦ ଛୁଇଁ ତାଙ୍କୁ ପ୍ରଣାମ କରୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା । ତେବେ ମଜାକିଆ ଅନ୍ଦାଜରେ ଜଣ୍ଟି ରୋଡସ୍ ଓ ତେନ୍ଦୁଲକରଙ୍କ ଏହି ଭେଟାଭେଟି ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚା ସୃଷ୍ଟି କରିଛି ।