ଗେମ୍ ଖେଳିବାକୁ ମୋବାଇଲ ଦେଲାନି ବୋଲି ୭ମ ଶ୍ରେଣୀ ଛାତ୍ରକୁ ହତ୍ୟାକଲେ ୨ ସାଙ୍ଗ

କୋରାପୁଟ ୧୫।୦୪ : (ସଂକେତ ଟିଭି) ମୋବାଇଲର ଫ୍ରି ଫାୟାର ଖେଳକୁ ନେଇ ଦୁଇ ସାଙ୍ଗ ମିଶି ଜଣେ ସପ୍ତମ ଶ୍ରେଣୀ ଛାତ୍ରକୁ ପଥରରେ ଛେଚି ହତ୍ୟା କରିଛନ୍ତି । ଘଟଣାଟି ଘଟିଛି କୋରାପୁଟ ସହରର ମସିପୁଟ ଗ୍ରାମରେ ।

ସୂଚନା ଅନୁସାରେ, ତିନି ସାଙ୍ଗ ମିଶିକି ଖେଳିବାକୁ ଯାଇଥିବାବେଳେ ବିଦ୍ୟାଳୟ ନିକଟରେ ଫ୍ରିଫାୟାର ଖେଳୁଥିଲେ। ଲୁଲୁ ଭୋଇ(୧୨) ଖେଳରେ ହାରିଯାଇଥିଲେ। ଅନ୍ୟପଟେ ସେଇ ପାଖରେ ଉପସ୍ଥିତ ଥିବା ଲୁଲୁ ମାଳି (୧୯) ଓ ତାଙ୍କ ସାଙ୍ଗ ଫ୍ରିଫାୟାର ଖେଳିବା ପାଇଁ ମୋବାଇଲ ମାଗିଥିଲେ। ମୋବାଇଲକୁ ନେଇ ୩ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା। ବଚସା ଉଗ୍ରରୂପ ନେବାରୁ ଲୁଲୁ ମାଳି ଓ ତାଙ୍କ ସାଙ୍ଗ ଏକ ପଥରରେ ଲୁଲୁ ଭୋଇଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଲୁଲୁ ଭୋଇ ଅଚେତ ହୋଇଯାଇଥିଲେ। କାଳେ ସେ ମରିଯାଇଥିବ ଭାବି ଘୋଷାଡ଼ି ଘୋଷାଡ଼ି ନିକଟସ୍ଥ ନଦୀରେ ଫିଙ୍ଗି ଦେଇଥିଲେ।

। ଆଜି ବହୁ ଖୋଜାଖୋଜି ପରେ ତାଙ୍କ ଶବ ନିକଟସ୍ଥ ନଦୀ କୂଳରେ ଭାସୁଥିବା ଦେଖି ଲୁଲୁଙ୍କ ମା’ କୋରାପୁଟ ଟାଉନ ପୁଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଘଟଣା ପରେ ଗାଁରେ ଶୋକାକୂଳ ପରିବେଶ ଖେଳିଯାଇଛି ।