ବୋଲିଂ ଆକ୍ରମଣ ଠିକ ହେଉନି: ମାହେଲା ଜୟବର୍ଦ୍ଧନେ

ମୁମ୍ବାଇ ୧୫।୦୪ : (ସଂକେତ ଟିଭି) ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜ ମୁଖ୍ୟ କୋଚ ମାହେଲା ଜୟବର୍ଦ୍ଧନେ କହିଛନ୍ତି ଯେ ରୋହିତ ଶର୍ମାଙ୍କ ଫର୍ମକୁ ନେଇ ବ୍ୟକ୍ତିଗତ ଭାବେ ବିଶେଷ ଚିନ୍ତିତ ନୁହେଁ । କାରଣ ସେ ଜଣେ ଦକ୍ଷ ବ୍ୟାଟ୍ସମ୍ୟାନ । ମୁଖ୍ୟତଃ ସୀମିତ ଓଭର ଫର୍ମାଟରେ ତାଙ୍କର ବ୍ୟାଟିଂକୁ ନେଇ କୌଣସି ପ୍ରଶ୍ନ କରା ଯାଇ ନ ପାରେ । ଏପରିକି ସେ ୨୦ ଓଭର ଫର୍ମାଟ ମ୍ୟାଚରେ ୧୪/୧୫ ଓଭର ପର୍ଯ୍ୟନ୍ତ ବ୍ୟାଟିଂ କରି ପାରିବେ । ମାତ୍ର ସବୁକିଛି ସମୟ ଉପରେ ନିର୍ଭର କରେ । ତେଣୁ ସେ ବର୍ତ୍ତମାନ ଏକ ଭିନ୍ନ ସମୟ ଦେଇ ଗତି କରୁଛନ୍ତି । ବିଫଳତା ତାଙ୍କ ପିଛା ଛାଡୁନି ।

ବୁଧବାର ମ୍ୟାଚରେ ସେ କେବଳ ୨୮ ଓ ଦଳର ଅନ୍ୟତମ ନିଭର ଯୋଗ୍ୟ ତଥା ମ୍ୟାଚ ବିଜୟୀ ବ୍ୟାଟର ଇଶାନ କିଶାନ ୩ ରନ କରି ଆଉଟ ହେବା ପରେ ଦଳର ବ୍ୟାଟିଂ ଉପରେ ପ୍ରଭାବ ପଡିଲା । ଅନ୍ୟ ପକ୍ଷରେ ଆମର ପେସ୍ ବୋଲିଂ ଅଧିକ ସଫଳ ହେଉନି । ଇଂଲଣ୍ଡର ପ୍ରଭାବୀ ପେସ୍‌ ବୋଲର ଜୋଫ୍ରା ଆର୍ଚର ଆଘାତ ଜନିତ କାରଣ ନେଇ ଚଳିତ ବର୍ଷର ଆଇପିଏଲ ଖେଳିବାରୁ ବଂଚିତ ହେବା ପରେ ମୁମ୍ବାଇ ଇଣ୍ଡିଆନ୍ସ ପେସ୍‌ ଆକ୍ରମଣ ଆଶାନୁରୂ ହୋଇ ପାରୁନି । ଯଶପ୍ରୀତ ବୁମରା ଏକାକୀ ଆକ୍ରମଣ ଜାରି ରଖିବା ସମ୍ଭବ ହୋଇ ପାରୁନି ।