ଉଦ୍ଦେଶ୍ୟ ପୂରଣ ନହେବା ଯାଏଁ ୟୁକ୍ରେନ ଉପରେ ଆକ୍ରମଣ ଜାରି ରହିବ : ପୁଟିନ୍

ମସ୍କୋ ୧୫।୦୪ : (ସଂକେତ ଟିଭି) ଋଷ ୟୁକ୍ରେନ ଭିତରେ ଯୁଦ୍ଧ ଦେଢ ମାସରୁ ଅଧିକ ସମୟ ଧରି ଚାଲିଥିବାବେଳେ ଋଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍ ଏକ ବଡ଼ ବୟାନ ଦେଇଛନ୍ତି । ଯେପର୍ଯ୍ୟନ୍ତ ଲକ୍ଷ୍ୟ ପୂରଣ ନ ହୋଇଛି ସେପର୍ଯ୍ୟନ୍ତ ଆକ୍ରମଣ ଜାରି ରହିବ ବୋଲି କହିଛନ୍ତି ପୁଟିନ ।

ସେପଟେ ପୁଟିନଙ୍କ ଏକ ବଡ ସହଯୋଗୀକୁ ଗିରଫ କରିଛି ୟୁକ୍ରେନ ଗୁଇନ୍ଦା ବିଭାଗ । ରୁଷିଆର ଲଗାତାର ଆକ୍ରମଣ ଯୋଗୁଁ ୟୁକ୍ରେନର ଅନେକ ସହର ମାଟିରେ ମିଶି ସାରିଲାଣି । ତଥାପି ପଛଘୁଞ୍ଚା ଦେବାକୁ ନାରାଜ୍‌ ରାଷ୍ଟ୍ରପତି ପୁଟିନ୍ । ଯୁଦ୍ଧର ମାହୋଲ ଭିତରେ ଛାତି ଥରାଇ ଦେଲା ଭଳି ବୟାନ ଦେଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ସେ କହିଛନ୍ତି ଲକ୍ଷ୍ୟ ପୂରଣ ନ ହେବା ଯାଏଁ ଯୁଦ୍ଧ ବନ୍ଦ ହେବନି । ବରଂ ଆକ୍ରମଣ ଜାରି ରହିବ । ଆମେରିକା ଓ ପାଶ୍ଚାତ୍ୟ ଦେଶର କଟକଣା ସତ୍ତ୍ୱେ ଯୁଦ୍ଧକୁ ନେଇ ଏଭଳି ବୟାନ ଦେଇଛନ୍ତି ପୁଟିନ୍ ।