ଟିମ୍ ଇଣ୍ଡିଆ ପାଇଁ ଭଲ ଫିନିଶର ହୋଇପାରିବି : ରିୟାନ ପରାଗ

ମୁମ୍ବାଇ ୧୫।୦୪ : (ସଂକେତ ଟିଭି) ମୁଁ ଆଇପିଏଲରେ ନୁହେଁ, ଭାରତୀୟ ଟିମ୍‌ ପାଇଁ ବି ଭଲ ଫିନିଶର ହୋଇପାରିବି । ଏହି ଦୃଢ଼ ଉକ୍ତି ହେଉଛି ଭାରତୀୟ ଅଲ୍ରାଉଣ୍ଡର ରିୟାନ ପରାଗଙ୍କର । ୧୦୧୮ ବିଶ୍ୱକପ୍ ବିଜେତା ଟିମ୍ ଇଣ୍ଡିଆରେ ଅଣ୍ଡର- ୧୯ ଟିମରେ ଖେଳି ସାରିଥିବା ପରାଗ ବର୍ଚାମାନ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଛନ୍ତି । ଏହି ୨୦ ବର୍ଷୀୟ ବ୍ୟାଟରଙ୍କର କ୍ରିକେଟ କ୍ୟାରିୟର ଭଲ ରହିଛି । ଉତ୍ତମ ଖେଳ ପ୍ରଦର୍ଶନ ମଧ୍ୟ କରୁଛନ୍ତି । ତାଙ୍କ କ୍ରିକେଟ୍‌ ଖେଳକୁ ଦେଖି ସେ ଟିମ୍ ଇଣ୍ଡିଆ ପାଇଁ ଭଲ ଫିନିଶର ହୋଇପାରିବେ ବୋଲି ପରାଗ ନିଜେ କହିଛନ୍ତି ।

୨୦୨୨ ଆଇପିଏଲରେ ଚତୁର୍ଥ ଥର ପାଇଁ ଖେଳୁଥିବା ପରାଗ ୨୦୧୯ରେ ଆଇପିଏଲରେ ଡେବ୍ୟୁ କରିଥିଲେ । ସେ ପ୍ରଥମେ ରାଜସ୍ଥାନ ରୟାଲ୍ସରେ ଖେଳ ଆରମ୍ଭ କରିଥିଲେ । ୩ ବର୍ଷ ଧରି ଦଳରେ ରହିବା ପରେ ୨୦୨୧ରେ ଆଇପିଏଲ୍ ହେବାର ଆଶଙ୍କା ଦେବା ପରେ ଦଳ ତାଙ୍କୁ ଛାଡ଼ିଦେଇଥିଲା । ହେଲେ ୨୦୨୨ ମେଗା ଅକ୍ସନରେ ଦଳ ପୁଣି ଥରେ ତାଙ୍କୁ କିଣିଛି । ଗୁଜୁରାଟ ଟାଇଟନ୍ସ,ଚେନ୍ନାଇ ସୁପର କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ ବିରୋଧରେ ନିଲାମୀ ଜିତି ପରାଗଙ୍କୁ ଏଥର ୩.୮୦ କୋଟି ଟଙ୍କାରେ କିଣିଛି ଦଳ ।

ଭାରତୀୟ ଅନ୍ତର୍ଜାତୀୟ ଟିମରେ ଖେଳିବା ନେଇ ପରାଗ କହିଛନ୍ତି ମୁଁ ମୋ ନିଜକୁ ଅଧିକ ପ୍ରଂଶସା କରିବାକୁ ଚାହେଁନି । କିନ୍ତୁ ମୋତେ ଲାଗୁଛି ଯେ ଆଗାମୀ ବର୍ଷମାନଙ୍କରେ ମୁଁ କେବଳ ରାଜସ୍ଥାନ ଟିମ୍ ପାଇଁ ନୁହେଁ ଟିମ୍ ଇଣ୍ଡିଆ ପାଇଁ ଜଣେ ଭଲ ଫିନିଶର ହୋଇପାରିବ । ମୋ ପାଖରେ କୌଶଳ ଅଛି, କେବଳ ବ୍ୟାଟିଂ ନୁହେଁ, ବୋଲିଂ ଫିଲ୍ଡିଂ ଆଦି ଅଲରାଉଣ୍ଡର ହେବାର ମୋର ଦକ୍ଷତା ରହିଛିୟ ତେବେ ମୋତେ ଆଗକୁ ଆହୁରି ଭଲ ପ୍ରଦର୍ଶନ କରିବାକୁ ରହିଛି ଆଉ ଲଗାତର ଏ ଦିଗରେ କାମ କରିବାକୁ ପଡ଼ିବ । କିନ୍ତୁ ମୋର ପକ୍କା ବିଶ୍ୱାସ ଅଛି ଯେ ମୁଁ ରାଜସ୍ଥାନ ରୟାଲ୍ସ ଓ ମୋ ଟିମ୍ ପାଇଁ ଏହା କରିପାରିବି ।

ସୂଚନା ଥାଉକି, ପରାଗ ୩୪ଟି ଆଇପିଏଲ୍ ମ୍ୟାଚରେ ୧୫.୮୫ ଏଭରେଜ ହିସାବରେ ୩୬୪ ରନ୍ କରିଛନ୍ତି । ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୨୦.୧୩ ରହିଛି । କେବଳ ବ୍ୟାଟିଂ ନୁହେଁ, ସ୍ପିନ୍ ବୋଲିଂରେ ବି ପରାଗ ମାହିର । ହେଲେ ଆଇପିଏଲରେ ସେ ଏପର୍ଯ୍ୟନ୍ତ ମାତ୍ର ୩ଟି ୱିକେଟ୍ ନେବାର ସଫଳ ହୋଇଛନ୍ତି । ଏହା ବାଦ ପରାଗଙ୍କ ପାଖରେ କ୍ୟାପ୍ଟେନ୍ ହେବାର ଅଭିଜ୍ଞତା ରହିଛି । ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ସେ ନିଜ ଘରୋଇ ଆସାମ ଟିମର କ୍ୟାପ୍ଟେନ୍ ରହିସାରିଛନ୍ତି ।