ଚେଷ୍ଟା ସତ୍ତ୍ୱେ ଭାଗ୍ୟ ସାହାରା ଦେଉନି: ରୋହିତ ଶର୍ମା

ମୁମ୍ବାଇ ୧୫।୦୪ : (ସଂକେତ ଟିଭି) ଚଳିତ ବର୍ଷର ଆଇପିଲରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଏକମାତ୍ର ଦଳ ହେଉଛି ମୁମ୍ବାଇ ଇଣ୍ଡିଆନ୍ସ । କାରଣ ଏ ପର୍ଯ୍ୟନ୍ତ ଖେଳିଥବା ୫ ମ୍ୟାଚରେ ବିଫଳ ହୋଇ ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନରେ ରହିଛି । ତେଣୁ ପାଞ୍ଚଥର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ବିଜୟ ସ୍ୱାଦ ଚାଖିବା ଅପେକ୍ଷାରେ ଅନ୍ତ କେବେ ହେବ ,ତାହା କହିବା ଅସମ୍ଭବ ।

ବୁଧବାର ଅନୁଷ୍ଠିତ ଆଇପିଏଲ ମ୍ୟାଚରେ ପଞ୍ଜାବ କିଙ୍ଗସ ଠାରୁ ହାରିବା ପରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ ସବୁ ମ୍ୟାଚରେ ଆମେ ଭଲ ଖେଳିବା ପାଇଁ ଚେଷ୍ଟା କରୁଛୁ । ମାତ୍ର ଭାଗ୍ୟ ସାହାରା ଦେଉନାହିଁ । ବୁଧବାର ଅନୁଷ୍ଠିତ ପଞ୍ଜାବ କିଙ୍ଗସ ବିକ୍ଷ ମ୍ୟାଚରେ ଆମେ ବିଜୟୀ ହେବା ପାଇଁ ଶେଷ ପର୍ଯ୍ୟନ୍ତ ପ୍ରୟାସ କରି ଥିଲେ ହେଁ ୧୨ ରନରେ ହାରିଗଲୁ । ଆମର କୌଣସି ଯୋଗନା ସଫଳ ହେଉନି । ବିଗତ ଦିନରେ ଯେଉଁ ଖେଳାଳିଙ୍କୁ ନେଇ ଆମେ ବିଜୟୀ ହୋଇ ଆସୁଥିଲୁ ,ସେମାନଙ୍କ ମଧ୍ୟାରୁ ଅନେକ ଚଳିତ ବର୍ଷ ଅନ୍ୟ ଫ୍ରାଞ୍ଚାଇଜ ପକ୍ଷରୁ ଖେଳୁଛନ୍ତି । ତେବେ କିଛି ସ୍ୱଳ୍ପ ସଂଖ୍ୟକ ପୁରୂଣା ଖେଳାଳି ଥିଲେ ହେଁ ଅଧିକ ନୂଆ ଖେଳାଳିଙ୍କୁ ନେଇ ଗଠିତ ଦଳ ଆଶାନୁରୂ ପ୍ରଦର୍ଶନ କରି ପାରୁ ନାହାନ୍ତି । ତଥାପି ଆମେ ପୁଣି ବିଜୟ ଧାରାକୁ ଫେରିବୁ ବୋଲି ବିଶ୍ୱାସ ରଖିଛୁ ।