ଦୁନିଆରେ ଏକ ବଡ଼ ମହାମାରୀ ସୃଷ୍ଟି କରିପାରେ କରୋନା : ବିଶ୍ବ ସ୍ବାସ୍ଥ୍ୟ ସଂଗଠନ
ନୂଆଦିଲ୍ଲୀ ୧୫।୦୪ : (ସଂକେତ ଟିଭି) ଚୀନରେ କରୋନା ସ୍ଥିତି ଚିନ୍ତାଜନକ ଥିବାବେଳେ ଅନେକ ସହରରେ ଲକଡାଉନ୍ ଲଗାଯାଇଛି । ଭାରତର ରାଜଧାନୀ ଦିଲ୍ଲୀ ସମେତ କେତେକ ସ୍ଥାନରେ ପୁଣିଥରେ କୋରୋନା ମାମଲା ବଢ଼ିବା ଆରମ୍ଭ କରିଦେଇଛି । ଏହି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋରୋନାକୁ ନେଇ ନୂଆ ଚେତାବନୀ ଜାରି କରିଛି । ଏହି ରୋଗ ବର୍ତ୍ତମାନ ସମୟରେ ଏହା ଦୁନିଆରେ ଏକ ବଡ଼ ମହାମାରୀ ସୃଷ୍ଟି କରିପାରେ ବୋଲି ଓବ୍ଲୁଏଚଓ କହିଛି।
ଡବ୍ଲୁଏଚଓର ଜରୁରୀକାଳୀନ ନିର୍ଦ୍ଦେଶକ ମାଇକେଲ ରିୟାନ୍ କହିଛନ୍ତି ଯେ, କୋରୋନା ଏକ କ୍ଷଣସ୍ଥାୟୀ ରୋଗ ହେବା ଠାରୁ ବହୁ ଦୂରରେ ଅଛି ଓ ବର୍ତ୍ତମାନ ସମୟରେ ଏହା ଦୁନିଆରେ ଏକ ବଡ଼ ମହାମାରୀ ସୃଷ୍ଟି କରିପାରେ । ଏହା ମନେ କରିବା ଭୁଲ ହେବ କି ଯଦି କୋଭିଡ-19 ଶେଷ ହୋଇଯାଏ ଓ ଏଣ୍ଡେମିକ୍ ହୋଇଯିବ ।
ସେ କହିଛନ୍ତି ଯେ, ମୋତେ ନିଶ୍ଚିତ ଭାବେ ଏହି କଥା ଉପରେ ଭରସା ନାହିଁ କି ଏହି ଭୂତାଣୁ ଏକ ଶେଷ ସ୍ଥିତିରେ ପ୍ରାୟ ପହଞ୍ଚିସାରିଛି । ବର୍ତ୍ତମାନ କୋରୋନା ଏପରି ହୋଇନାହିଁ ଯେ ଏହା ଏକ ବିଶେଷ ପାଣିପାଗରେ ବ୍ୟାପିବ । ଏହା କୌଣସି ପ୍ରକାରର ପାଣିପାଗ ପ୍ୟାଟର୍ନ ବା ଟ୍ରାନ୍ସମିଶନ ପ୍ୟାଟର୍ନରେ ପରିବର୍ତ୍ତିତ ହୋଇନାହିଁ । ଏହି ଭୂତାଣୁ ବହୁତ ଅସ୍ଥିର ଅଛି ଓ ବହୁତ ବଡ଼ ମହାମାରୀ ସୃଷ୍ଟି କରିବାରେ ସକ୍ଷମ ।
ସୂଚନା ଅନୁସାରେ, କୌଣସି ରୋଗ ସେତେବେଳେ ଏଣ୍ଡେମିକ୍ ହୋଇଥାଏ ଯେତେବେଳେ ଦୁନିଆର ଜନସଂଖ୍ୟାରେ ଏହାର ଉପସ୍ଥିତି ଓ ସାମାନ୍ୟ ପ୍ରଚଳନ ଜାରି ରହିଥାଏ । କିନ୍ତୁ ଏହା ମହାମାରୀ ଅପେକ୍ଷା ବହୁତ ସୀମିତ ରହିଥାଏ । କୌଣସି ରୋଗର ପ୍ରକୋପ କ୍ଷଣସ୍ଥାୟୀ ସେତେବେଳେ ହୋଇଥାଏ ଯେତେବେଳେ ଏହାର ଉପସ୍ଥିତି ଲଗାତର ରହିଥାଏ କିନ୍ତୁ ଏହା ବିଶେଷ ଅଞ୍ଚଳ ବା କ୍ଷେତ୍ର ମଧ୍ୟରେ ସୀମିତ ରହିଥାଏ ।