ଋଷ ଭଳି ଆଚରଣ ଦେଖାଇଲାଣି ଚୀନ, ତାଇଓ୍ବାନ ଉପରେ ଡ୍ରାଗନର ଆକ୍ରମଣ!

ନୂଆଦିଲ୍ଲୀ ୧୬।୦୪ : (ସଂକେତ ଟିଭି) ୟୁକ୍ରେନ ଉପରେ ରୁଷର ଦେଖାଇଥିବା ଏକଛତ୍ରବାଦ୍ ଭଳି ଆଚରଣକୁ ଆପଣେଇଲାଣି ଚୀନ୍ । ୟୁକ୍ରେନ ଉପରେ ରୁଷର ଆକ୍ରମଣ ଭଳି ଖୁବ୍ ଯଲଦି ତାଇୱାନ ଉପରେ ଚୀନ୍‌ କରିପାରେ ଆକ୍ରମଣ । ପୂର୍ବରୁ ଏନେଇ ଆଶଙ୍କା ପ୍ରକାଶ କରିଥବା ବିଶ୍ୱର ପ୍ରତିଷ୍ଠିତ ପ୍ରତିରକ୍ଷା ବିଶେଷଜ୍ଞଙ୍କ ଆମକକଳନ ଆଜି ଏହା ସତ ହେବାକୁ ଯାଉଥିବା ପରି ମନେହେଉଛି । ଏହାରି ମଧ୍ୟରେ ଚୀନର ଏକ ଫାଇଟର ବିମାନ ତାଇଓ୍ବାନର ରାଜଧାନୀ ତାଇପେଇ ଉପରେ ଆକ୍ରମଣ କରିଥିବା ଜଣାପଡିଛି । ଅନ୍ୟପଟେ ତାଇୱାନ ମଧ୍ୟ ନିଜ ସୁରକ୍ଷାକୁ ମଜବୁତ୍ କରିବାକୁ ସବୁ ପ୍ରକାର ଚେଷ୍ଟା ଚଳାଇଛି ।

ରିପୋର୍ଟ ମୁତାବକ, ତାଇୱାନର ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏପ୍ରିଲ ୧୨ ତାରିଖରେ ଏକ ସମରାଭ୍ୟାସ କରାଯାଇଥିଲା । ରାଜଧାନୀ ତାଇପେୟୀରେ ଆୟୋଜିତ ସୈନ୍ୟ ଅଭ୍ୟାସ ‘ଲିୟନ୍ ସିୟାଙ୍ଗ’ର ଆୟୋଜନ କରାଯାଇଥିଲା । ଏହି ଆୟୋଜନ ଭବିଷ୍ୟତରେ ଚୀନ ଆକ୍ରମଣକୁ ମାତ୍‌ ଦେବାକୁ ଲକ୍ଷ୍ୟ କରି ଆୟୋଜିତ କରାଯାଇଥିଲା । ହେଲେ ଏତିକିବେଳେ ଶୁଭିଥିଲା ଏକ ଭୀଷଣ ଶବ୍ଦ । ତାଇପେୟୀରେ ଚୀନର ଲଢୁଆ ବିମାନ ଆସି ଆକ୍ରମଣ କରି ଚାଲିଯାଇଥିଲା ।