ପାକିସ୍ତାନ ଲ୍ୟାବ୍‌ରେ ଚୀନ ତିଆରି କରୁଛି ମାରାତ୍ମକ ଭାଇରସ

ନୂଆଦିଲ୍ଲୀ ୧୬।୦୪ : (ସଂକେତ ଟିଭି) ଚୀନ୍‌ ସରକାରଙ୍କ ନିର୍ଦ୍ଦେଶକ୍ରମେ ପାକିସ୍ତାନରେ ତିଆରି କରାଯାଉଛି ନୂଆ ଘାତକ ଭାଇରସ । ଚୀନ୍‌ ଏହି ଭାଇରସକୁ ଜୈବାସ୍ତ୍ର ଭାବେ ବ୍ୟବହାର କରିବ । ଶତ୍ରୁ ଦେଶ ବିରୋଧରେ ଏହାର ବ୍ୟବହାର କରାଯିବ । ଏକ ଅନ୍ତର୍ଜାତୀୟ ରିପୋର୍ଟରେ ଏହି ଖୁଲାସା ହୋଇଛି ।

ସୂଚନା ଅନୁସାରେ, ୱୁହାନ ଇନ୍‌ଷ୍ଟିଚ୍ୟୁଟ ଅଫ ବାୟରୋଲୋଜୀ(ଡବ୍ଲୁଆଇଭି) ଏବଂ ପାକିସ୍ତାନ ସେନା ଅଧୀନରେ ଥିବା ଡିଫେନ୍ସ ସାଇନ୍ସ ଆଣ୍ଡ ଟେକ୍ନୋଲୋଜୀ ଅର୍ଗାନାଇଜେସନ୍‌(ଡେଷ୍ଟୋ) ମିଳିତ ଭାବେ ଏହି ଭାଇରସ ପ୍ରସ୍ତୁତ କରୁଛନ୍ତି ।

ପାକିସ୍ତାନର ଯେଉଁ ଲ୍ୟାବରେ ଏହି ଭାଇରସ ତିଆରି କରାଯାଉଛି ତା’ ନିକଟରେ ବାୟୋ ସେଫ୍ଟି ଲେବଲ-୪ ରହିଛି, ଅର୍ଥାତ ଏହି ଲ୍ୟାବରେ ଘାତକ ଭାଇରସ ତିଆରି କରାଯାଇପାରିବ । ଅନ୍ତର୍ଜାତୀୟ ସମୁଦାୟ ଯଥାଶୀଘ୍ର ସମ୍ଭବ ଏହି ଜୈବାସ୍ତ୍ର ତିଆରି ଉପରେ ରୋକ ନ ଲଗାଇଲେ ଭବିଷ୍ୟତରେ ପୂରା ବିଶ୍ୱ ବିପଦମୁଖରେ ପଡ଼ିଯିବ । ନୂଆ ଭାଇରସ କରୋନାଠାରୁ ମଧ୍ୟ ଅଧିକ ଘାତକ ହୋଇପାରେ । ଯାହା ମୃତାହାତଙ୍କ ସଂଖ୍ୟା ବଢାଇପାରେ ବୋଲି ସିଙ୍ଗାପୁର ୟୁନିଭର୍‌ସିଟି ପକ୍ଷରୁ କୁହାଯାଇଛି । ସୂଚନାଥାଉକି, ଚୀନ୍‌ର ୱୁହାନ ଲ୍ୟାବରୁ କରୋନା ଭାଇରସର ଲିକ୍‌ ହୋଇଥିବା ବିଭିନ୍ନ ରିପୋର୍ଟରେ କୁହାଯାଇଛି ।