ଆଇପିଏଲକୁ କରୋନା ଭୟ. ଦିଲ୍ଲୀ କ୍ୟାପିଟାଲ୍ସର ଫିଜିଓ ପଜିଟିଭ୍‌

ମୁମ୍ବାଇ ୧୬।୦୪ : (ସଂକେତ ଟିଭି) ଆଇପିଏଲକୁ ଘାରିଛି କରୋନା ଭୟ ।ଦିଲ୍ଲୀ କ୍ୟାପିଟାଲ୍ସର ଫିଜିଓ ପାଟ୍ରିକ ଫରହାଟ କରୋନା ପଜିଟିଭ୍‌ ହୋଇଛନ୍ତି । ଫିଜିଓ ପଜିଟିଭ୍ ହେବା ପରେ ଟିମର ଖେଳାଳିଙ୍କୁ କରୋନା ଭୟ ଘାରିଛି । ପଜିଟିଭ୍ ହୋଇଥିବା ଫରହାଟଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସର ମେଡିକାଲ ଟିମ୍ ଚିକିତ୍ସା କରୁଛନ୍ତି । ଏନେଇ ଶୁକ୍ରବାର ଆଇପିଏଲ୍‌ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି । ଚଳିତ ସଂସ୍କରଣ ପ୍ରଥମ କରୋନା ମାମଲା ଚିହ୍ନଟ ହୋଇଛି ବୋଲି ଆଇପିଏଲ୍ ପକ୍ଷରୁ ସୂଚନା ଦିଆଯାଇଛି ।

ଦୁଇ ବର୍ଷ ତଳେ କୋଭିଡର ପ୍ରଥମ ଲହର ଯୋଗୁ ଆଇପିଏଲକୁ ବାରମ୍ବାର ଘୁଞ୍ଚାଯାଇ ଶେଷରେ ୟୁଏଇରେ ବିନା ଦର୍ଶକରେ ମ୍ୟାଚ୍ ହୋଇଥିଲା । ଏହାପରେ ୨୦୨୧ ଆଇପିଏଲର ଅନେକ ଖେଳାଳି ପଜିଟିଭ୍ ହେବା ପରେ ଖେଳକୁ ମଝିରେ ବନ୍ଦ ରଖାଯାଇଥିଲା । ତେବେ ଆଇପିଏଲରେ ୨୦୨୨ରେ କରୋନା ସଂକ୍ରମଣ କମିବାରୁ ଆୟୋଜକମାନେ ୨୫ ପ୍ରତିଶତ ଦର୍ଶକ ସହିତ ଖେଳ ଆରମ୍ଭ କରିବାକୁ ଯୋଜନା କରିଥିଲେ । ପରିଣାମ ସ୍ୱରୂପ ଏବେ ଖେଳ ଜାରି ରହିଛି । ତେବେ ଆଇପିଏଲରେ ୨୦୨୨ରେ କରୋନା ସଂକ୍ରମଣ କମିବାରୁ ଆୟୋଜକମାନେ ୨୫ ପ୍ରତିଶତ ଦର୍ଶକ ସହିତ ଖେଳ ଆରମ୍ଭ କରିବାକୁ ଯୋଜନା କରିଥିଲେ । ପରିଣାମ ସ୍ୱରୂପ ଏବେ ଖେଳ ଜାରି ରହିଛି ।