ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଆହତ

ମୁମ୍ବାଇ ୧୬।୦୪ : (ସଂକେତ ଟିଭି) ଆଇପିଏଲର ୨୪ ତମ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ରାଜସ୍ଥାନ ରୟାଲ୍ସ ଓ ଗୁଜୁରାଟ ଟାଇଟନ୍ସ । ମୁକାବିଲାରେ ଟାଇଟନ୍ସ ରୟାଲ୍ସକୁ ୩୭ ରନରେ ମାତ ଦେଇଥିଲା । ମ୍ୟାଚର ହିରୋ ଥିଲେ ଟାଇଟନ୍ସ କ୍ୟାପ୍ଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା । ସେ ୮୭ ରନ୍ କରିବା ସହ ଗୋଟିଏ ୱିକେଟ୍ ବି ନେଇଥିଲେ । ତାଙ୍କୁ ମ୍ୟାନ୍ ଅଫ୍‌ ଦି ମ୍ୟାଚ୍ ପୁରସ୍କାର ମିଳିଥିଲା । ତେବେ ପାଣ୍ଡ୍ୟା ମ୍ୟାଚରେ ବୋଲିଂ କରୁଥିବା ବେଳେ ଆହତ ହୋଇଥିଲେ । ତେବେ ପାଣ୍ଡ୍ୟାଙ୍କ ଅବସ୍ଥା ଏବେ କେମିତି ଅଛି ସେନେଇ ପ୍ରଶଂସକମାନେ ନାନା ପ୍ରଶ୍ନ ପଚାରୁଛନ୍ତି । ଯାହା ଉପରୁ ପରଦା ହଟାଇଛନ୍ତି ନିଜେ ହାର୍ଦ୍ଦିକ ।

ସେ କହିଛନ୍ତି ଯେ, ବିଜୟ ସଦାବେଳେ ଖାସ୍ ହୋଇଥାଏ । ତେବେ ତାଙ୍କୁ ଯେଉଁ ଅ ।ଘାତ ଲାଗିଛି, ତାହା ଏତେ ଗୁରୁତର ନୁହେଁ । ସେ ମ୍ୟାଚରେ ଭଲ ଖେଳିଥିଲେ, ଫଳରେ ଅନ୍ୟ ବ୍ୟାଟରଙ୍କ ଉପରେ କମ୍ ଚାପ ପଡିଥିଲା । ଫଳରେ ସେମାନେ ମଧ୍ୟ ଭଲ ଖେଳିାରିଥିଲେ । ପାଣ୍ଡ୍ୟା ୫୨ ବଲରୁ ୮୭ ରନ୍ କରିଥିବା ପରେ ବୋଲିଂ କରିବାକୁ ଆସିଥିଲେ । ୨.୩ ଓଭରରେ ସେ ୧୮ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ । ସେ ଜିମି ନିଶାନଙ୍କ ୱିକେଟ୍‌ ନେଇଥିଲେ । କିନ୍ତୁ ତାଙ୍କର ହାତ ମାଂସପେଶୀରେ ଅ ।ଘାତ ଲାଗିବାରୁ ସେ ପଡିଆ ବାହାରକୁ ଚାଲିଯାଇଥିଲେ । ତାଙ୍କର ଓଭର ବିଜୟ ଶଙ୍କର ପୁରା କରିଥିଲେ ।