କ୍ରମାଗତ କମୁଛି ଆଇପିଏଲ କ୍ରେଜ୍‌, ଦ୍ୱିତୀୟ ସପ୍ତାହରେ ବି ଟିଭି ରେଟିଂରେ ହ୍ରାସ

ନୂଆଦିଲ୍ଲୀ ୧୬।୦୪ : (ସଂକେତ ଟିଭି) ସଇଣ୍ଡିଆନ ପ୍ରିମିୟର ଲିଙ୍ଗ୍‌ (ଆଇପିଏଲ)୨୦୨୨ ସିଜିନରେ ପ୍ରସାରଣକାରୀ ଏବଂ ବିସିସିଆଇକୁ ଲାଗିଲା ଝଟକା । ଚଳିତ ସିଜିନ ମାର୍ଚ୍ଚ ୨୬ରୁ ଆରମ୍ଭ ହୋଇଥିଲା । ଚଳିତ ଥର ଟିଭି ରେଟିଂରେ ହ୍ରାସ ଘଟିଛି । ସପ୍ତାହ ପରେ ଲଗାତାର ଦ୍ୱିତୀୟ ସପ୍ତାହରେ ବି ଟିଭି ରେଟିଂରେ ହ୍ରାସ ଦେଖିବାକୁ ମିଳିଛି । ପ୍ରଥମ ସପ୍ତାହରେ ଆଇପିଏଲ ଟିଭି ରେଟିଂରେ ୩୩ ପ୍ରତିଶତ ହ୍ରାସ ଘଟିଥିଲା । ଏହା ପରେ ଦ୍ୱିତୀୟ ସପ୍ତାହରେ ୨୮ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି ।

ଇନସାଇଡସ୍ପୋର୍ଟ୍ସ ଏକ ବିଜ୍ଞାପନକାରୀଙ୍କ ତଥ୍ୟକୁ ନେଇ ଲେଖିଛି ଯେ, ଆଇପିଏଲର ରେଟିଂ ବହୁତ ନୈରାଶ୍ୟଜନକ ରହିଛି । ଏମିତି ହେବ ବୋଲି କେହି କେବେ ଆଶା କରିନଥିଲୁ ବୋଲି ଅଧିକାରୀ କହିଛନ୍ତି । ପୂର୍ବରୁ ଏତେ ରେଟିଂ କେବେ ବି କମିନଥିଲା । ଚଳିତ ବର୍ଷ ରେଟିଂରେ ପ୍ରାୟ ୨୦ ରୁ ୩୦ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି । ଗତ ସିଜିନରେ ୨୪ ପ୍ରତିଶତ ଅଧିକ ରେଟିଂ ବଢିଥିଲା । ସାଧାରଣତଃ ଯେବେ ଆଇପିଏଲ ଆରମ୍ଭ ହୁଏ ପ୍ରସାଧରଣକାରୀ ଚ୍ୟାନେଲ ବାର୍କର ଚାର୍ଟରେ ନମ୍ବର-୧ରେ ପହଞ୍ଚି ଯାଇଥାଏ । ହେଲେ ଚଳିତ ଥର ଏମିତି ଦେଖିବାକୁ ମିଳିନାହିଁ ।

ପ୍ରସାରଣକାରୀ ଚ୍ୟାନେଲ ନମ୍ବର-୩କୁ ଖସି ଆସିଛି । ଏଥର ପ୍ରଥମ ନମ୍ବରରେ ରହିଛି ସନ୍ ଟିଭି ଏବଂ ଦ୍ୱିତୀୟରେ ରହିଛି ମା ଟିଭି । ହିନ୍ଦୀ ଭାଷୀ ଅଞ୍ଚଳରେ ଷ୍ଟାର ସ୍ପୋର୍ଟ୍ସ ଏକ ନମ୍ବରରେ ରହିଛି । ଦିଲ୍ଲୀରେ ନମ୍ବର-୩ ଏବଂ ମହାରାଷ୍ଟ୍ରରେ ନମ୍ବର-୨ରେ ରହିଛି । ଅ ।ଇପିଏଲ ୨୦୨୨ ସିଜିନର ପ୍ରଥମ ସପ୍ତାହରେ ୮ଟି ମ୍ୟାଚ୍ରେ ଟିଭି ରେଟିଂ ୨.୫୨ ପ୍ରତିଶତ ରହିଥିଲା । ଯଦି ଏହାର ତୂଳନା ଗତ ସିଜିନ ସହ କରାଯାଏ ତେବେ ୨୦୨୧ ଅ ।ଇପିଏଲର ପ୍ରଥମ ସପ୍ତାହରେ ଟିଭି ରେଟିଂ ୩.୭୫ ପ୍ରତିଶତ ରହିଥିଲା । ଏଥିରୁ ସ୍ପଷ୍ଟ ଯେ, ଚଳିତ ଥର ଟିଭି ରେଟିଂରେ ୩୩ ପ୍ରତିଶତ ହ୍ରାସ ଘଟିଛି । ଏହା ପୂର୍ବରୁ ୨୦୨୦ ସିଜିନରେ ପ୍ରଥମ ସପ୍ତାହରେ ଟିଭି ରେଟିଂ ୩.୮୫ ପ୍ରତିଶତ ରହିଥିଲା ।