ଆନ୍ଦୋଳନକୁ ଓହ୍ଲାଇବେ ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ ୧୬।୦୪ : (ସଂକେତ ଟିଭି) ଆନ୍ଦୋଳନକୁ ଉହ୍ଲାଇବେ ଯୁଦ୍ଧ ପ୍ରଭାବିତ ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀ । ଏପ୍ରିଲ ୧୭ରେ ନୂଆଦିଲ୍ଲୀର ଜନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିବେ । ପାଠପଢା ଅଧାରୁ ଛାଡି ସ୍ୱଦେଶ ଫେରି ଆସିଥିବା ପିଲାମାନେ ଶିକ୍ଷା ସମାପ୍ତ ନିମନ୍ତେ ଆବଶ୍ୟକ ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉଠାଇବେ । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ୟୁକ୍ରେନରୁ ଫେରିଥିବା ପଞ୍ଜାବର ମେଡିକାଲ ଛାତ୍ରଛାତ୍ରୀମାନେ । ରାଜ୍ୟର ସରକାରୀ ଓ ଘରୋଇ ମେଡିକାଲ କଲେଜରେ ପାଠପଢା ସୁବିଧା କରାଇବା ପାଇଁ ସେମାସେ ଦାବି କରିଛନ୍ତି । ଏହା ସହ ପଞ୍ଜାବ ସହିତ ଓଡ଼ିଶା, ପଞ୍ଚିମବଙ୍ଗ, ମହାରାଷ୍ଟ୍ର ଓ ତେଲେଙ୍ଗାନାର ପିଲାମାନେ ମଧ୍ୟ ଅନୁରୂପ ଦାବି କରିଛନ୍ତି ।

ସୂଚନାଯୋଗ୍ୟ, ମାର୍ଚ୍ଚ ୪ରେ ଜାତୀୟ ମେଡିକାଲ ଆୟୋଗ(ଏନଏମସି) କହିଥିଲେ ଯେ, ୟୁକ୍ରେନର ଡାକ୍ତରୀ ପଢା ଶେଷ କରିଥିବା ପିଲାମାନେ ଭାରତରେ ସେମାନଙ୍କର ଇଣ୍ଟର୍ଣ୍ଣସିପ୍ ‌କରିପାରିବେ । ତେବେ ଯେଉଁ ପିଲାମାନଙ୍କ ପାଠପଢା ଆରମ୍ଭ ହୋଇଛି କିମ୍ବା ଅଧାରେ ରହିଛି ସେମାନଙ୍କ ପାଠପଢା ଶେଷ ନେଇ କୌଣସି ସୁବିଧା କରାଯାଇ ନାହିଁ ।