ଏଥର ଖରାଛୁଟି ମାତ୍ର ୧୧ଦିନ, ଜୁନ୍‌ ୬ରୁ ୧୬ ସ୍କୁଲରେ ହେବ ଖରା ଛୁଟି

ଭୁବନେଶ୍ବର ୧୬।୦୪ : (ସଂକେତ ଟିଭି) ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲରେ ୧୧ ଦିନିଆ ଖରାଛୁଟି ଘୋଷଣା କରିଛନ୍ତି । ଖରାଛୁଟି ଯୋଗୁଁ ଆସନ୍ତା ଜୁନ ୬ରୁ ୧୬ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ଅସହ୍ୟ ଗରମ ଯୋଗୁଁ ଅଂଶୁଘାତର ସମ୍ଭାବନା ରହିଛି । ଏଥିରୁ ଛାତ୍ରଛାତ୍ରୀଙ୍କୁ ରକ୍ଷା କରିବା ପାଇଁ ରାଜ୍ଯ ସରକାର ଜୁନ ୬ରୁ ଜୁନ ୧୬ ପର୍ଯ୍ୟନ୍ତ ସ୍କୁଲରେ ଖରାଛୁଟି ଘୋଷଣା କରିଛନ୍ତି । ଛୁଟି ପର୍ଯ୍ୟନ୍ତ ବର୍ତ୍ତମାନ ଭଳି ସକାଳୁଆ ସ୍କୁଲ ଚାଲୁ ରହିବ । ତେବେ ସକାଳୁଆ ସ୍କୁଲ ପାଇଁ ସମୟ ସାରଣୀରେ ପରିବର୍ତ୍ତନ କରାଯାଇଛି । ମେ ପହିଲାରୁ ଜୁନ ୫ ତାରିଖ ପର୍ଯ୍ୟନ୍ତ ସକାଳ ୬ଟାରୁ ୯ଟା ଯାଏଁ ସ୍କୁଲ ଚାଲିବ । ଏପ୍ରିଲ ୨୦ ମଧ୍ୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ କ୍ଲାସ ପ୍ରମୋସନ ସରିବ । ଏହାପରେ ପ୍ରଥମରୁ ନବମ ଶ୍ରେଣୀ ଲାଗି ନୂଆ ଆଡ୍‌ମିଶନ୍‌ ଓ ରିଆଡମିଶନ ଏପ୍ରିଲ ୨୦ରୁ ୩୦ ମଧ୍ୟରେ ଶେଷ ହେବ ।