ବେଙ୍ଗଲରେ ତୃଣମୂଳ କଂଗ୍ରେସର ବିପୁଳ ବିଜୟ, ଜିତିଲେ ବାବୁଲ ସୁପ୍ରିୟୋ ଓ ଶତୃଘ୍ନ ସିହ୍ନା

କୋଲକାତା ୧୬।୦୪ : (ସଂକେତ ଟିଭି) ପଶ୍ଚିମବଙ୍ଗର ଗୋଟିଏ ଲୋକସଭା ଏବଂ ୪ଟି ବିଧାନସଭା ଆସନ ପାଇଁ ହୋଇଥିବା ଉପ-ନିର୍ବାଚନର ଫଳାଫଳ ଆଜି ଘୋଷଣା କରାଯାଇଛି। ଏଥିରେ ବିଜେପି ଛାଡ଼ି ଟିଏମସି ହାତ ଧରିଥିବା ଶତ୍ରୁଘ୍ନ ସିହ୍ନା ଓ ବାବୁଲ ସୁପ୍ରିୟୋ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି । ଶତ୍ରୁଘ୍ନ ସିହ୍ନା ଆସାନସୋଲରୁ ପ୍ରାୟ ୩.୭୫ଲକ୍ଷ ଭୋଟ ବ୍ୟବଧାନରେ ଜିତିଥିବା ବେଳେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ ମଧ୍ୟ ବାଲିଗଞ୍ଜ ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି।

ଏହି ବିଜୟ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ୱିଟ୍ କରି କହିଛନ୍ତି, ବିପୁଳ ଭୋଟ ଦେଇଥିବାରୁ ମୁଁ ଆସାନସୋଲ୍ ସଂସଦୀୟ ବିଧାନସଭା ନିର୍ବାଚନମଣ୍ଡଳୀ ଏବଂ ବାଲିଗଞ୍ଜ ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟରଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି।

ବିଜୟୀ ପ୍ରାର୍ଥୀ ବାବୁଲ ସୁପ୍ରିୟୋ କହିଛନ୍ତି ଯେ, ଧନ୍ୟବାଦ ବାଲିଗଞ୍ଜ, ଧନ୍ୟବାଦ ଆସାନସୋଲ, ମୁଁ ନିଶ୍ଚିତ ଥିଲି ଯେ ନ୍ୟାୟ ମିଳିବ ଏବଂ ଆସାନସୋଲରେ ତୃଣମୂଳ କଂଗ୍ରେସର ପ୍ରାର୍ଥୀ ପରବର୍ତ୍ତୀ ସାଂସଦ ହେବେ। ବର୍ତ୍ତମାନ ମୁଁ ସାଂସଦ ଶତ୍ରୁଘ୍ନ ସିହ୍ନାଙ୍କ ସହିତ କାମ କରିବାକୁ ନେଇ ଖୁବ ଉତ୍ସାହିତ।